ବ୍ରାଉନସୁଗାର ଜବତ

 ପୁରୀ : ପୁରୀ ସହରରେ ଦିନକୁ ଦିନ ବୃଦ୍ଧିପାଉଛି ବ୍ରାଉନସୁଗାର କାରବାର । ମଙ୍ଗଳବାର ଦିନ ସଦର ଥାନା ଅଧୀନସ୍ଥ ଅଠରନଳା ନୀଳଚକ ଲେନ୍ର ସୟାମତ ଘାଁ ଓରଫ ଟିକି (୪୪) ଠାରୁ ପୁଲିସ ୧୨ଗ୍ରାମ୍ ୫୩ ମିଲିଗ୍ରାମ୍ ବ୍ରାଉନସୁଗାର ଜବତ କରିବାରେ ସକ୍ଷମ ହୋଇଛି । ଏ ସଂପର୍କରେ ତାଳବଣିଆ ଥାନାରେ ଏନ୍ଡ଼ିପିଏସ୍ ଆଇନର ୨୧(ଖ) ଦଫାରେ ୧୦୬/୨୦୨୫ ନମ୍ବର ମାମଲା ରୁଜୁ ହୋଇଛି । ପୁଲିସ ସୂଚନା ଅନୁଯାୟୀ  ସୟାମତ ବ୍ରାଉନସୁଗାର ନେଇ ଆସୁଥିବା ସଂପର୍କରେ ପୁଲିସକୁ ଆଗୁଆ ସୂଚନା ମିଳିଥିଲା । ଖବର ପାଇ ପୁଲିସ ଭୂଦାନ ଜଙ୍ଗଲର ବ୍ୟାଙ୍କ କଲୋନୀ ସମ୍ମୁଖରୁ ସୟାମତ୍କୁ ଅଟକାଯାଇ ତା ନିକଟରୁ ୧୨ଗ୍ରାମ୍ ୫୩ ମିଲିଗ୍ରାମ୍ ବ୍ରାଉନସୁଗାର ଜବତ କରାଯାଇଥିଲା । ସୟାମତ୍କୁ କୋର୍ଟଚାଲାଣ କରାଯାଇ ଅଧିକ ତଦନ୍ତ ଜାରି ରହିଛି ।