କମ୍ପୁ୍ୟଟର ଶିକ୍ଷାର୍ଥୀଙ୍କୁ ସାର୍ଟିଫିକେଟ ବିତରଣ

ରାଜକନିକା : ଏସକେ ଚାରିଟେବୁଲ ଟ୍ରଷ୍ଟ, ବରାଡିଆ ରାଜକନିକା ପକ୍ଷରୁ ମୁକ୍ତ କମ୍ପୁଟର ଶିକ୍ଷାର୍ଥୀଙ୍କୁ ସାର୍ଟିଫିକେଟ ବିତରଣ କରାଯାଇଛି  । ସାମାଜିକ କର୍ମୀ ସମୀର କୁମାର ପଣ୍ଡାଙ୍କ ସଭାପତିତ୍ୱ ଓ ଟ୍ରଷ୍ଟର ପରିଚାଳକ ସିଲୁ ସିଂହଙ୍କ ସଂଯୋଜନାରେ ଅନୁଷ୍ଠିତ ସାର୍ଟିଫିକେଟ ବିତରଣ ସମାରୋହରେ ମୁଖ୍ୟଅତିଥି ଭାବେ ରାଜକନିକା ଥାନାଧିକାରୀ ସଞ୍ଜୟ କୁମାର ମଲ୍ଲିକ, ମୁଖ୍ୟବକ୍ତା ଭାବେ କପିଳ ଚରନ ମିଶ୍ର, ସମ୍ମାନିତ ଅତିଥି ଭାବେ ଚାରିଟେବୁଲ ଟ୍ରଷ୍ଟର ଟ୍ରଷ୍ଟି ପ୍ରତାପ ସିଂହ, ସଦସ୍ୟ ତ୍ରିଲୋଚନ ମଲ୍ଲିକ, ସିଆରସିସି ସବ୍ୟସାଚୀ ଶତପଥି ପ୍ରମୁଖ ଯୋଗଦେଇ ଏସକେ ଚାରିଟେବୁଲ ଟ୍ରଷ୍ଟର ଏହି ପ୍ରୟାସକୁ ପ୍ରଶଂସା କରିଥିଲେ  । ଏହି ଅବସରରେ ଅତିଥି ମନେ ବ୍ଲକର ଏ-୧ ପାଇଥିବା ଛାତ୍ର ଓ କମ୍ପୁ୍ୟଟର ଶିକ୍ଷା ନେଇଥିବା ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ ବିତରଣ କରିଥିଲେ  । ଏହି ପରିପ୍ରେକ୍ଷୀରେ ଟ୍ରଷ୍ଟ ପକ୍ଷରୁ ବ୍ଲକର ଦୁଇ ଜଣ ଅନଗ୍ରସର ଛାତ୍ରଙ୍କୁ ମାଗଣା ଇଞ୍ଜିନିଅର ଶିକ୍ଷା ଦାନ ଦିଆଯିବାକୁ ଘୋଷଣା କରାଯାଇଥିଲା  । ଏହି କାର୍ଯ୍ୟକ୍ରମକୁ ଦିଲୀପ ପରିଡା, ତପନ ପଣ୍ଡା, ଶ୍ରେୟସ ଦାସ, ଶୁଭ୍ରଜିତ ବିଶ୍ୱାଳ, ଶୁଚିସ୍ମିତା ସିଂହ, ପବିତ୍ର ମିଶ୍ର ଜଗନ୍ନାଥ ସାମଲ ଆଦି ପରିଚାଳନାରେ ସହଯୋଗ କରିଥିଲେ  ।