ରାସ୍ତା ବିବାଦକୁ ନେଇ ସାମ୍ବାଦିକଙ୍କୁ ଆକ୍ରମଣ
ଜଟଣୀ : ରାସ୍ତା ବିବାଦକୁ ନେଇ ଜଣେ କର୍ତ୍ତବ୍ୟରତ ସମ୍ବାଦିକକୁ ଆକ୍ରମଣ ହୋଇଛି । ସୂଚନା ମୁତାବକ ସ୍ଥାନୀୟ ରାଜାବଜାର ଅଞ୍ଚଳରେ ବସବାସ କରୁଥିବା ଅମର ମହାନ୍ତି ଓରଫ କାଳିଆ ମହାନ୍ତି ଏବଂ ତାଙ୍କ ପରିବାର ସଦସ୍ୟଙ୍କ ଆକ୍ରମଣରେ ନିୟୁଜ-୭ ସାମ୍ବାଦିକ ଶ୍ରୀକାନ୍ତ ପ୍ରଧାନ ଆହତ ହୋଇଥିବା ଜଣାପଡିଛି । ଏହି ମାମଲା ଅମର ମହାନ୍ତି ଏବଂ କାଳିଆ ପ୍ରଧାନଙ୍କ ମଧ୍ୟରେ ରାସ୍ତାକୁ ନେଇ ବିବାଦ ଉପୁଜି ମାମଲା କୋର୍ଟରେ ସବଜୁଡ଼ିସିଆଲ ଅଛି । ଏହି ବାବଦରେ ସ୍ଥାନୀୟ ତହସିଲଦାର କିମ୍ବା ପୌର ପ୍ରଶାସନ ଜ୍ଞାତ ସାରରେ ନଥିବା ଶୁଣିବାକୁ ମିଳିଛି । କିନ୍ତୁ ଅମର ମହାନ୍ତି ଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟର କିଛି ଅସାଧୁ କର୍ମଚାରୀ, ପୌରପ୍ରଶାସନର କିଛି ଅସାଧୁ କର୍ମଚାରୀ ଏବଂ ସ୍ଥାନୀୟ କୁଜି ନେତା ଯିଏକି ଜଣେ ଥାନା ଦଲାଲ ବ୍ୟକ୍ତିକୁ ହାତକରି ମିଛ ପ୍ରମାଣ ପତ୍ର ଦର୍ଶାଇ ଉକ୍ତ ଜମି ଉପରେ ବାହୁବଳ ଦେଖାଇ ମଙ୍ଗଳବାର ଦିନ ୧୧ ଘଟିକା ସମୟରେ ନିଜ ଘରକୁ ଯିବାଆସିବା କରିବାପାଇଁ କାଳିଆ ପ୍ରଧାନଙ୍କର ଆବଦ୍ଧ ପାଚେରୀକୁ ଅନଧିକାର ଭାବେ ଭାଙ୍ଗିବାକୁ ଲାଗିଲେ ଏହି ଘଟଣାକୁ ବିରୋଧ କରିବାରୁ ପରିବାର ସଦସ୍ୟଙ୍କୁ ଗାଳିଗୁଲଜ କରି ସାମ୍ବାଦିକ ଶ୍ରୀକାନ୍ତ ପ୍ରଧାନକୁ ଆକ୍ରମଣ କରିଥିଲେ । ଯାହା ଫଳରେ ପ୍ରଧାନ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିସôିତ ହୋଇ ଜଟଣୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।