କିନ୍ନର ଦିବସ ପାଳିତ
କେନ୍ଦ୍ରାପଡା : ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ କିନ୍ନର ଦିବସ ପାଳନ ହୋଇଛି । ଜିଲ୍ଲା ପ୍ରଶାସନ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ପକ୍ଷରୁ ଅୟୋଜିତ ଏହି ଦିବସରେ ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର ଅଧ୍ୟକ୍ଷତା କରିଥିଲେ । ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରିଣୀ ମନୋରମା ସ୍ୱାଇଁ, ଡାକ୍ତର ପ୍ରଦିପ ଦାସ, ଡିଏସଏସଓ ରୁପାଲୀ ପ୍ରିୟଦର୍ଶିନୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କୁମାର ଦାସଙ୍କ ସହ ମନୋରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ରହି ଜିଲ୍ଲାରେ ବସବାସ କରୁଥିବା କିନ୍ନର ମାନଙ୍କ ବିଭିନ୍ନ ସମସ୍ୟା ଓ ସେମାନଙ୍କର ଆବଶ୍ୟକ ଓ ଆଇନର ସହାୟତା ସଂପର୍କରେ ଆଲୋଚନା କରିଥିଲେ । ରାଜ୍ୟର ସମସ୍ତ କିନ୍ନରଙ୍କ ପଇଁ ସମାନ ସୁବିଧା, ସମାନତା, ସାମାଜିକ ନ୍ୟାୟ ଓ ସଶକ୍ତି କରିଣ ପାଇଁ ଉପଯୁକ୍ତ ପରିବେଶ ସୃଷ୍ଟି କରିବା, ସମାଜର ସମସ୍ତ ବର୍ଗର ବ୍ୟକ୍ତିଙ୍କ ମଧ୍ୟରେ କିନ୍ନରଙ୍କ ସାମାଜିକ ଐକିକରଣ ନିମନ୍ତେ ସ୍ୱେଚ୍ଛାକୃତ ଭାବେ ଆଗ୍ରହ ସୃଷ୍ଟି କରିବା, ବିଭିନ୍ନ କ୍ଷେତ୍ରରେ କିନ୍ନର ମାନଙ୍କ ନିଯୁକ୍ତି, ଆତ୍ମ ନିଯୁକ୍ତି ଓ ଅନ୍ୟାନ୍ୟ ସାମାଜିକ ଶିକ୍ଷଣ ନିମନ୍ତେ ବ୍ୟକ୍ତିଗତ ଓ ଗୋଷ୍ଠୀଗତ ପ୍ରଚେଷ୍ଠା କରିବା ସମ୍ପର୍କରେ ବିସ୍ତୃତ ଭାବେ ଆଲୋନା କରା ଯାଇଥିଲା । ଆନ୍ତର୍ଜାତୀୟ କିନ୍ନର ଦିବସ ଉପଲକ୍ଷେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବିରାଟ ଶୋଭାଯାତ୍ରା କୁ ଅତିରିକ୍ତ ଜିଲ୍ଲପାଳ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ୨ ଜଣ କିନ୍ନରଙ୍କୁ ଜିଲ୍ଲା ପ୍ରଶାସନ ସମ୍ବର୍ଦ୍ଧିତ କରିଥିଲେ ।