ମନ୍ଦିର ଆଗରୁ ବାଇକ ଲୁଟ
କାକଟପୁର : କାକଟପୁର ସେବକ ସାହିର ପଦ୍ମନାଭ ଦାଶଙ୍କ ପୁଅ ସୁକାନ୍ତ କୁମାର ଦାଶ ଗତ ସୋମବାର ଦିନ ତାଙ୍କର ନିଜ ବାଇକ ନମ୍ବର (ଓଡ଼ି୧୩ଇ୭୩୧୯)ଟି ତାଙ୍କ ଘର ସାମ୍ନାରେ ରଖି ଗୃହ କାର୍ଯ୍ୟ କରୁଥିବା ବେଳେ ଦିନ ୪ଟାରେ ଆସି ଦେଖନ୍ତେ ଗାଡିଟି ଉକ୍ତ ଜାଗାରେ ନଥିଲା । ଗାଡିଟିକୁ କୌଣସି ଦୁର୍ବୃତ୍ତ ସେଠାରୁ ଚୋରି କରି ନେଇଥିବା ସିସିଟିଭି ଫୁଟେଜରୁ ଜାଣିବାକୁ ପାଇଥିଲେ । ସେ ତତକ୍ଷଣାତ ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ଅଦ୍ୟାବଧି ଗାଡିକୁ ଠାବ କରିବାରେ ବିଫଳ ହୋଇଛି । ଦିନକୁ ଦିନ ମା’ ମଙ୍ଗଳାଙ୍କ ମନ୍ଦିର ଓ ଏହାର ଆଖପାଖ ଅଞ୍ଚଳରେ ଶହ ଶହ ବାଇକ ରହୁଥିବା ଜାଣି ଚୋର ମାନେ ଏହାକୁ ଟାର୍ଗେଟ କରୁଛନ୍ତି । ସିସିଟିଭି ଫୁଟେଜରୁ ଚୋରଟି ଗାଡି ଚୋରି କରୁଥିବା ଦୃଶ୍ୟ ପୁଲିସ ଦେଖୁଥିଲେ ମଧ୍ୟ ଚୋରକୁ ଧରିବାରେ ସଫଳ ହୋଇପାରୁନାହିଁ । ଏ ସଂକ୍ରାନ୍ତ ରେ ବାରମ୍ବାର ଚୋରି ଯାଉଥିବା ଜିନିଷର ମାଲିକ ମାନେ ଥାନାକୁ ଦୌଡି ପଚରାଉଚରା କରିବାକୁ ଯିବା ପରେ କାକଟପୁର ପୁଲିସ ଅଶୋଭନୀୟ ଆଚରଣ କରୁଥିବା ଜାଣିବାକୁ ମିଳିଛି । ଏ ଦିଗରେ ପୁରୀ ଆରକ୍ଷୀ ଅଧିକ୍ଷକ ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।