କର୍କଟ ପୀଡିତଙ୍କୁ ପ୍ରାଧ୍ୟାପକଙ୍କ ସହାୟତା
କେନ୍ଦ୍ରାପଡ଼ା : ରାଜକନିକା ବ୍ଲକ୍ ସିଂହପୁର ଜରିକୂଳ ସାହିର ନୃସିଂହ ଚରଣ ଦାସ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଦୀର୍ଘ ଦିନ ହେଲା ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଥିବାରୁ ସମାଜସେବୀ ଗାୟତ୍ରୀ ଦାସ ଆମେରିକାରେ ପ୍ରାଧ୍ୟାପକ ଥିବା ଡ. ଦେବେନ୍ଦ୍ର ଦାସ, ବା‚ାନିଧି ଦାସ, ଦେବୀ ଚାରିଟେବୁଲ ଟ୍ରଷ୍ଟର ମୁଖ୍ୟଙ୍କୁ ଅବଗତ କରାଇବା ପରେ ଡ. ଦାସ ପୀଡିତଙ୍କୁ ସହଯୋଗର ହାତ ବଢାଇଛନ୍ତି । ଜିଲ୍ଲା ପ୍ରତିଭା ପୂଜା ସଂସଦ ସଭାପତି ତାଙ୍କର ବନ୍ଧୁ ପ୍ରଦୀପ ମହାନ୍ତିଙ୍କ ଜରିଆରେ ନୃସିଂହ ଚରଣଙ୍କୁ ତାଙ୍କ ବାସସ୍ଥାନରେ ପହଞ୍ଚô ତାଙ୍କୁ ସହାୟତା ପ୍ରଦାନ କରିବା ପାଇଁ କହିଥିଲେ । ଶ୍ରୀ ମହାନ୍ତି ତାଙ୍କ ଘରେ ପହଞ୍ଚô ଅର୍ଥରାଶି ପ୍ରଦାନ କରିଥିଲେ । ଏହି ଅବସରରେ ଡ. ଦାସ ସୁଦୂର ଆମେରିକାରୁ ତାଙ୍କର ଆସୁ ଆରୋଗ୍ୟ କାମନା ଓ ପ୍ରାର୍ଥନା କରିଛନ୍ତି । ଏଥିରେ ସମାଜସେବୀ ଭାଗିରଥି ଜେନା, ଶ୍ରୀନିବାସ ପ୍ରଧାନ ଓ ଗାୟତ୍ରୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।