ରଥ କାଠ ପାଇଁ ଜିଲ୍ଲାପାଳଙ୍କୁ ଭେଟିଲେ ଗ୍ରାମବାସୀ

 କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଅନ୍ତର୍ଗତ ସନ୍ଥପଡା ଓ ଗୋବିନ୍ଦପୁର ସ୍ଥିତ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ପାଇଁ ରଥ ନିର୍ମାଣରେ କାଠର ଆବଶ୍ୟକ ଥିବାରୁ ଗ୍ରାମବାସୀ ମାନେ ଜିଲ୍ଲାପାଳଙ୍କୁ ଭେଟିଛନ୍ତିି । ରଥ ନିର୍ମାଣ ପାଇଁ ୮୦ କେବି ଶାଳ କିମ୍ବା ପିଆଶାଳ କାଠ ଦେବାକୁ ନିବେଦନ କରିଛନ୍ତି । ଏହି ଅଂଚଳରେ ପ୍ରସିଦ୍ଧ ଥିବା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥ ରାଜନଗର ଅଂଚଳରେ ପ୍ରତିବର୍ଷ ବାହାରି ଥାଏ । ଚଳିତ ବର୍ଷ ରଥର ନିର୍ମାଣ ପାଇଁ କାଠର ନିହାତି ଆବଶ୍ୟକ ଥିବାରୁ କାଠ ଯୋଗାଡ କରିବା ଗ୍ରାମବାସୀ ଙ୍କ ପକ୍ଷରେ ସମ୍ଭବ ନହେବାରୁ ଜିଲ୍ଲାପାଳଙ୍କର ସହାୟତା ଲୋଡିଛନ୍ତିି । ତେବେ ଜିଲ୍ଲପାଳ ସ୍ମୃତି ରନ ପ୍ରଧାନ କାଠ ର ବ୍ୟବସ୍ଥା କରିବା ପାଇଁ ପ୍ରତିଶୃତି ଦେଇଛନ୍ତି । ଆଜିର ଏହି ସାକ୍ଷାତ ସମୟରେ ସନ୍ଥପଡା, ଗୋବିନ୍ଦପୁର, ବନ୍ଧପଡା, ରାଜନଗର ଅଂଚଳର ରମାକାନ୍ତ ମହନ୍ତ, ଅନ ପାତ୍ର, ଫକିର ଚନ୍ଦ୍ର ପାତ୍ର, କ୍ଷିରୋଦ କୁମାର ପାତ୍ର, ବିଶ୍ୱ ରନ ସ୍ୱାଇଁ, ଦିଗାମ୍ବର ରାଉତ, ଜ୍ୟୋତି ରନ ପାତ୍ର, ସମୀର ସ୍ୱାଇଁଙ୍କ ସମେତ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ ।