ମାଟି କାନ୍ଥ ଛିଣ୍ଡା ଜରି ତଳେ କଟୁଛି ବୃଦ୍ଧାଙ୍କ ଜୀବନ
କେନ୍ଦ୍ରାପଡ଼ା – ଅନେକ କୋଠାଘର ଥିବା ପ୍ରଭାବଶାଳୀ ବ୍ୟକ୍ତିମାନେ ନିଜ ନାମ ଓ ନିଜ ବନ୍ଧୁ ବାନ୍ଧବଙ୍କ ନାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହାତେଇ ଥିବାବେଳେ ଅନେକ ଗରିବ, ଅସହାୟ ବ୍ୟକ୍ତି ଏବେ ମଧ୍ୟ ଛିଣ୍ଡା ଜରି ତଳେ ଜୀବନ ବିତାଉଥିବା ଦେଖିବାକୁ ମିଳୁଛି । ଏହିଭଳି ଏକ ଦୁଃଖଦାୟକ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ କଂସାର ପଂଚାୟତରେ । କଂସାର ପଂଚାୟତ ସାହସପୁର ଗ୍ରାମର ୮୧ ବର୍ଷିୟା ବୃଦ୍ଧା ସତ୍ୟଭାମା ବେହେରା ଦାନା ବାତ୍ୟାରେ ଭଙ୍ଗା କୁଡ଼ିଆରେ ୫ କୁଟୁମ୍ବକୁ ଧରି ଜୀବନ ବିତାଉଛନ୍ତି । ପ୍ରବଳ ବର୍ଷା ଓ ପବନରେ ଘରର ଜରି ଉଡ଼ି ଯାଇଥିବାବେଳେ ପୁନର୍ବାର ଆଉ ଏକ ଛିଣ୍ଡା ଜରି ପକାଇ ରହୁଛନ୍ତି । ଦୀର୍ଘବର୍ଷ ହେଲା ସତ୍ୟଭାମା ଏ ବିଷୟରେ ବିଡିଓ, ସରପଂଚ ଓ ଅନ୍ୟ ଅଧିକାରୀମାନଙ୍କୁ ଜଣାଇଥିଲେ ମଧ୍ୟ ତାଙ୍କୁ ଖଣ୍ଡିଏ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦିଆଯାଇ ନାହିଁ । ତେବେ ବୃଦ୍ଧା ଜଣକ ଯଦି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନପାଆନ୍ତି ତେବେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବେ ବୋଲି ପ୍ରକାଶ କରିଛନ୍ତି ।