କଲଣ ଆୟୁଷ୍ମାନ୍ ଆରୋଗ୍ୟ ମନ୍ଦିରକୁ କେନ୍ଦ୍ରୀୟ ଗୁଣବତ୍ତା ପ୍ରମାଣପତ୍ର
କୁଆଖିଆ: ରସୁଲପୁର ବ୍ଲକର ମଧୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ ଥିବା କଲଣ ଆୟୁଷ୍ମାନ୍ ଆରୋଗ୍ୟ ମନ୍ଦିରକୁ ନେସନାଲ୍ କ୍ୱାଲିଟ୍ ଆସେସମେଣ୍ଟ ପକ୍ଷରୁ ଗୁଣବତା ପ୍ରମାଣପତ୍ର ମିଳିଛି । ଉକ୍ତ କେନ୍ଦ୍ରରେ ସରକାରଙ୍କ ଯୋଜନାରେ ଯୋଗାଇ ଦିଆ ଯାଉଥିବା ସମସ୍ତ ସେବା ଗୁଡିକୁ ସଠିକ ଭାବରେ ହେଉଥିବା କାର୍ଯ୍ୟ ସମ୍ପାଦନ ନିମନ୍ତେ ଏହି ପ୍ରମାଣପତ୍ର ବିଭାଗ ପକ୍ଷରୁ ଦିଆଯାଇଛି ।
ଏଥିପାଇଁ ଗତ ୫ ତାରିଖରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ପରିଦର୍ଶନରେ ଆସି କେନ୍ଦ୍ରର ସମସ୍ତ ଆନୁଷଙ୍ଗିକ ନଥିପତ୍ର ସହ ସ୍ଥାନୀୟ ଜନସାଧାରଣ ମତାମତ ଗ୍ରହଣ କରିଥିଲେ । ସୂଚନା ଯୋଗ୍ୟ ଯେ ମଧୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ ଚାଲୁଥିବା ୨୬ ଗୋଟି ଆରୋଗ୍ୟ ମନ୍ଦିର ମଧ୍ୟରୁ ଗତବର୍ଷ ବାହାଦଲାପୁର ଆୟୁଷ୍ମାନ୍ ଆରୋଗ୍ୟ ମନ୍ଦିର କୁ ନେସନାଲ୍ କ୍ୱାଲିଟ୍ ଆସେସ୍ମେଣ୍ଟ ସାର୍ଟିଫିକେଟ ଦିଆ ଯାଇଥିବା ବେଳେ ବର୍ତ୍ତମାନ କଲଣ ଆୟୁଷ୍ମାନ୍ ଆରୋଗ୍ୟ ମନ୍ଦିର ଉକ୍ତ ପ୍ରମାଣପତ୍ର ଦିଆଯାଇଛି । ଏହି ପରିପ୍ରେକ୍ଷୀରେ କେନ୍ଦ୍ରୀୟ ଦଳ କଲଣରେ ପହଞ୍ଚି ଆରୋଗ୍ୟ ମନ୍ଦିରର ଉତ୍ତମ ପରିବେଶ ଏବଂ ସ୍ୱାସ୍ଥ୍ୟସେବା ସମ୍ପର୍କରେ ପର୍ଯ୍ୟବେକ୍ଷକ ମାନେ ପରିଦର୍ଶନ କରି ସାଧାରଣ ଲୋକଙ୍କୁ ଭେଟି ସ୍ୱାସ୍ଥ୍ୟ ସେବା ସମ୍ପର୍କିତ ତଥ୍ୟ ସଂଗ୍ରହ କରି ସନ୍ତୋଷ ପ୍ରକାଶ କରିଥିଲେ ଏବଂ ଆଗାମୀ ଦିନରେ କିପରି ଲୋକ ମାନଙ୍କୁ ଆରୋଗ୍ୟ କେନ୍ଦ୍ର ପ୍ରତି ଆକୃଷ୍ଟ କରାଯାଇ ପାରିବ ସେଥିପାଇଁ ଆଲୋଚନା କରିଥିଲେ । ଏଥିରେ ପର୍ଯ୍ୟବେକ୍ଷକ ଭାବରେ ଡାକ୍ତର ନାଗଲକ୍ଷ୍ମୀ ଟୁଲିମେଲି, ଡାକ୍ତର ନିରଞ୍ଜନ ବଙ୍ଗୋପଧ୍ୟାୟ, ଜିଲ୍ଲା କ୍ୱାଲିଟ୍ ମ୍ୟାନେଜର ଡାକ୍ତର ଲୋପାମୁଦ୍ରା ଦାଶ ମହାପାତ୍ର, ମଧୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଚିକିସôାଧିକାରୀ ଡାକ୍ତର ରଶ୍ମିରଞ୍ଜନ ପଶାୟତ, ଆୟୁଷ୍ ଡାକ୍ତର ବସନ୍ତ କୁମାର ପଣ୍ଡା, ବିପିଏମ୍ ଜ୍ୟୋସ୍ନାରାଣୀ ସାହୁ, ବାମ୍ ମଧୁସୂଦନ ଦାଶ, ବିଡିଏମ୍ ଯାଜ୍ଞସେନୀ ମୁଦୁଲି, ପିଏଚ୍ଇଓ ସରୋଜିନୀ ମହାନ୍ତି ଏବଂ ସିଂହାପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଜ୍ୟୋତିପ୍ରକାଶ ପଣ୍ଡାଙ୍କ ସମେତ ଆରୋଗ୍ୟ ମନ୍ଦିରର ସିଏଚ୍ଓ ସୁନିତା ସିଂ ଏବଂ ସମସ୍ତ ସ୍ୱାସ୍ଥ୍ୟ କର୍ମୀ, ଆଶା କର୍ମୀ ଉପସ୍ଥିତ ଥିଲେ ।