ଦୁର୍ଘଟଣାରେ ବୃଦ୍ଧଙ୍କ ମୃତୁ୍ୟ
ଯାଜପୁରଟାଉନ : ଅଜଣା ଗାଡ଼ି ଧକ୍କାରେ ଜଣେ ବୃଦ୍ଧଙ୍କର ମୃତୁ୍ୟ ଘଟିଛି । ମୃତକ ମଙ୍ଗଳପୁର ଅଞ୍ଚଳର ଭୀମସେନ ମହାପାତ୍ର(୭୫) ବନ୍ଧମୁଣ୍ଡା ସେତୁରେ ଯାଉଥିବା ବେଳେ ଏକ ଅଜଣା ଗାଡ଼ିି ଧକ୍କାରେ ତାଙ୍କର ମୃତୁ୍ୟ ଘଟିଥିଲା । ଖବର ପାଇ ଯାଜପୁର ଟାଉନ ପୁଲିସ ଘଟଣା ସ୍ଥଳରେ ପହଞ୍ଚô ମୃତ ଦେହକୁ ବ୍ୟବଚ୍ଛେଦ ନିମନ୍ତେ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ଏନେଇ ଯାଜପୁର ଟାଉନ ଥାନାରେ ଏକ ଦୁର୍ଘଟଣା ଜନିତ ମୃତୁ୍ୟ ମାମଲା ରୁଜୁ କରାଯାଇଛି ।