ଅଞ୍ଚଳବାସୀଙ୍କ ସମସ୍ୟା ଦୂର କଲା ଟିପିଏନଓଡ଼ିଏଲ
ଯାଜପୁର: ବନ୍ୟା ପରିସ୍ଥିତିରେ ବିଜୁଳି ସେବା ନେଇ ଯାଜପୁରର ମଇଣ୍ଡା ଓ କେନ୍ଦୁଝର ଜିଲା ସାହାରପଡା ଅଞ୍ଚଳବାସୀଙ୍କ ଉପୁଜୁଥିବା ସମସ୍ୟାର ସ୍ଥାୟୀ ପ୍ରତିକାର କରିଛି ଟିପିଏନଓଡ଼ିଏଲ ।
ସୂଚନା ମୁତାବକ କେନ୍ଦୁଝର ଜିଲାର ସାହାରପଡା ଓ ଯାଜପୁର ମଇଣ୍ଡା ୧୧କେଭି ଫିଡରକୁ ସଂଯୋଗ କରୁଥିବା ଏଚ୍ଟି ତାର ଦୁଇ ପାର୍ଶ୍ୱରେ ନଦୀ ଉପର ଦେଇ ସଂଚାରଣ କରୁଥିବାବେଳେ ବନ୍ୟା ପରିସ୍ଥିତିରେ ବିଦୁ୍ୟତ ସେବା ବ୍ୟାପକ ପ୍ରଭାବିତ ହେଉଥିଲା । ବନ୍ୟା ପରିସ୍ଥିତିରେ ଏହି ଅଞ୍ଚଳକୁ ବିଦୁ୍ୟତ ସରବରାହ ବହୁ ଦିନ ବିଚ୍ଛିନ୍ନ କରିବାକୁ ପଡୁଥିଲା । ଏପରିକି ପରିସ୍ଥିତି ସ୍ୱାଭାବିକ ହେବା ପର୍ଯ୍ୟନ୍ତ ନଦୀ ଫିଡରଗୁଡ଼ିକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଉଥିଲା । ଏଭଳି ସ୍ଥିତିକୁ ମୁକାବିଲା କରିବା ପାଇଁ ଟିପିଏନଓଡ଼ିଏଲ ପକ୍ଷରୁ ଏଠାରେ ଡବଲପୁଲ୍ ସଂରଚନାକୁ ପରିବର୍ତ୍ତନ କରାଯାଇ ଉଭୟ ପାର୍ଶ୍ୱରେ କ୍ରସିଂ ଟାୱାରର ନିର୍ମାଣ କରାଯାଇଛି । ଟାୱାରର ନିର୍ମାଣ ଫଳରେ ନଦୀର ଜଳ ସ୍ତର ଠାରୁ ଯଥେଷ୍ଟ ଉଚ୍ଚରେ ଏବେ ବିଦୁ୍ୟତ ତାର ରହୁଥିବା ବେଳେ ବନ୍ୟା ସମୟରେ ମଧ୍ୟ ଆଉ ପୂର୍ବ ଭଳି ସମସ୍ୟା ହେବ ନାହିଁ । ନଦୀକ୍ରସିଂକୁ ଟାୱାର ସଂରଚନାରେ ରୂପାନ୍ତର କରି ସମସ୍ୟାର ସ୍ଥାୟୀ ପ୍ରତିକାର କରିବା ସହ ଉପଭୋକ୍ତାଙ୍କ ନିକଟରେ ନିରବଚ୍ଛିନ୍ନ ବିଦୁ୍ୟତ ସେବା ଯୋଗାଇବା ନେଇ ନିଜର ପ୍ରତିବଦ୍ଧତା ଟିପିଏନଓଡ଼ିଏଲ ଦୋହରାଇ ପାରିଛି ।