ନାଟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ରାନୀ ପଣ୍ଡା ବନ୍ଦ କରିବାକୁ ଦାବି
ଆନନ୍ଦପୁର : ପୃଥ୍ୱୀରାଜ ରଙ୍ଗମଞ୍ଚ ଦ୍ୱାରା ପ୍ରଯୋଜିତ ହେବାକୁ ଥିବା ନାଟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ରାଣୀ ପଣ୍ଡାକୁ ପ୍ରତ୍ୟେକ ସ୍ଥାନରେ ବନ୍ଦ କରିବାକୁ ବିଜେପି ପକ୍ଷରୁ ଦାବି କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ ପ୍ରକୋଷ୍ଠକୁ ଏକ ଦାବିପତ୍ର ଉପଜିଲାପାଳ ଫାଲ୍ଗୁନୀ ମାଝୀଙ୍କ ଜରିଆର ପ୍ରେରଣ କରାଯାଇଛି । ରାଜ୍ୟ ବିଜେପି ଏସସି ମୋର୍ଚ୍ଚା ସମ୍ପାଦକ ହେମନ୍ତ ମଲ୍ଲିକ, ବରିଷ୍ଠ ବିଜେପି ନେତା ଶ୍ରୀଧର ସାହୁ, ରନôାକର ବାରିକ, ସୁମତୀ ଜେନା, ରାଜେଶ କୁମାର ପାତ୍ର, କୁଳମଣୀ ସେଠୀ, ଶାନ୍ତନୁ ଜେନା, ଅଞ୍ଜନା ଜେନା, ରବୀନ୍ଦ୍ର ବେହେରା, ଦିଲ୍ଲୀପ କୁମାର ଜେନା, ଗୋଲୋକ ଜେନା ପ୍ରମୁଖ ଲିଖିତ ଦାବିପତ୍ର ଉପଜିଲାପାଳଙ୍କ ଜରୀଆରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ପ୍ରେରଣ କରିଛନ୍ତି । ସୂଚନା ଅନୁଯାୟୀ ଉକ୍ତ ନାଟ୍ୟ ସଂସ୍ଥା ଦ୍ୱାରା ତା୩୦.୧୧.୨୦୨୪ ରିଖ ଠାରୁ ତା ୩.୧୨.୨୦୨୪ ପର୍ଯ୍ୟନ୍ତ ଆନନ୍ଦପୁର ଷ୍ଟାଡିୟମ ପଡିଆରେ ଯାତ୍ରା ପରିବେଷଣ କରିବ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ରାନୀ ପଣ୍ଡା ପ୍ରଯୋଜିତ ନାଟକକୁ ବନ୍ଦ କରିବାକୁ ଗତ ୨୯ତାରିଖ ଦିନ ଆନନ୍ଦପୁର ଥାନାରେ ଅଭିଯୋଗ ହୋଇଥିଲା ।