ବିଦେଶୀ ପକ୍ଷୀ ନିରୀକ୍ଷଣ ଓ ଆର୍ଦ୍ର ଭୂମି ସଚେତନତା 

 ବ୍ୟାସନଗର:  ବୁଧବାର ବ୍ୟାସନଗରର ସ୍ୱୟଂ ଶାସିତ ମହାବିଦ୍ୟାଳୟର ଏନ୍ସିସି ୟୁନିଟ୍ ଦ୍ୱାରା ଭିକିପୁର ଓ ରାଛିପୁର ଅଂଚଳରେ ବିଦେଶୀ ପକ୍ଷୀ ନିରୀକ୍ଷଣ ଓ ଆର୍ଦ୍ରଭୂମି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ଓଡ଼ିଶା ବାଟାଲିୟନ ଏନ୍ସିସି, ଓଡିଶା ବାଳିକା ବାଟାଲିୟନ କ୍ୟାଡେଟ ସାମିଲ୍ ହୋଇ ପ୍ରଶିକ୍ଷଣ ନେଇଥିଲେ । ଏନ୍ସିସି ଅଫିସର କ୍ୟାପଟେନ ପୂର୍ଣ ଚନ୍ଦ୍ର ସ୍ୱାଇଁଙ୍କ ନେତୃତ୍ୱରେ ଆୟୋଜନ କରାଯାଇଥିଲା । କ୍ୟାଡେଟ ନୂଆ ବିଦେଶୀ ପକ୍ଷୀଙ୍କୁ ଦେଖି ଉଲ୍ଲସିତ ହୋଇଥିଲେ । ବ୍ୟାସନଗରର ଠାରୁ ମାତ୍ର ୫ କିଲୋମିଟର ଦୂର ରେ ଏପରି ଏକ ପକ୍ଷୀ ବିହାରକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ । କିଡି କିଡ୍ସ ସ୍କୁଲର ଅଧ୍ୟକ୍ଷ ମାନସ ରଂଜନ ମହାନ୍ତି କ୍ୟାଡେଟ ମାନଙ୍କୁ ସମସ୍ତ ପକ୍ଷୀ ମାନଙ୍କ ବିଷୟରେ ଟିକିନିଖି ବିବରଣୀ ଦେଇଥିଲେ । ତାଙ୍କର ଏପରି ପ୍ରଶିକ୍ଷଣକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ହିମାଂଶୁ ଶେଖର ଦ୍ୱିବେଦୀ ପ୍ରଶଂସା କରିଥିଲେ । ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସିଟିଓ ଡ. ଶଶିକାନ୍ତ ଲେଙ୍କା ଓ ସିଟିଓ ଶୁଶ୍ରୀ ଲିପ୍ସା ପ୍ରିୟଦର୍ଶିନୀ ନାୟକ ସହଯୋଗ କରିଥିଲେ ।