କଲଭର୍ଟକୁ ଧକ୍କା ଦେଲା ବସ, ୧୨ ମୃତ

କଲଭର୍ଟକୁ ଧକ୍କା ଦେଲା ବସ, ୧୨ ମୃତ


 ଜୟପୁର :-  ମଙ୍ଗଳବାର ମଧ୍ୟାହ୍ନରେ ରାଜସ୍ଥାନର ସିକାର ଠାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏକ ଯାତ୍ରୀବାହୀ ବସ୍ କଲଭର୍ଟରେ ପିଟି ହୋଇଯିବାରୁ ୧୨ ଜଣଙ୍କର ମୃତୁ୍ୟ ହୋଇଛି । ଏକାଧିକ ଆହତ ହୋଇଛନ୍ତି । ଘଟଣାରେ ମୃତୁ୍ୟ ସଂଖ୍ୟା ଆହୁରି ବଢ଼ିପାରେ ବୋଲି କୁହାଯାଉଛି । ସଲସରାରୁ ଆସୁଥିବା  ବସ୍ଟି ସିିକାର ଜିଲ୍ଲାର ଲକ୍ଷ୍ମଣଗଡ଼ରେ ପହଞ୍ଚିବା ପରେ ପାଣି ପାସ୍ ପାଇଁ ଲାଗିଥିବା ଏକ କଲଭର୍ଟକୁ ସିଧା ଧକ୍କା ଦେଇଥିଲା । ସାମ୍ନାପଟୁ ଧକ୍କା ହୋଇଥିବାରୁ ଏଥିରେ ବସ୍ର ଆଗପଟ କ୍ଷତିଗ୍ରସ୍ତ ହୋଇଛି । ଦୁର୍ଘଟଣା ଘଟିବା ପରେ ଯାତ୍ରୀମାନଙ୍କୁ ଉଦ୍ଧାର କରି ତୁରନ୍ତ ଚିକିସôା ପାଇଁ ନିକଟସ୍ଥ ଲକ୍ଷ୍ମଣଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମିଳିଥିବା ସଦ୍ୟତମ ତଥ୍ୟ ଅନୁସାରେ, ଏଥିରେ ୧୨ ଜଣଙ୍କର ମୃତୁ୍ୟ ହୋଇଛି ବୋଲି ହସ୍ପିଟାଲ ସୁପରିଟେଣ୍ଡେଣ୍ଟ ମହେନ୍ଦ୍ର ଖିଚାଡ କହିଛନ୍ତି ।