ଦୁଇ ଓଡ଼ିଆ ଶ୍ରମିକଙ୍କ ପ୍ରାଣହାନୀ ହେବା ପ୍ରସଙ୍ଗରେ ଦୁଃଖ ପ୍ରକାଶ କଲେ ବିରୋଧୀ ଦଳର ନେତା
ଭୁବନେଶ୍ୱର – ବିରୋଧୀ ଦଳର ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିହାରର ପାଟନା ଠାରେ ଦୁଇ ଓଡ଼ିଆ ଶ୍ରମିକଙ୍କ ପ୍ରାଣହାନୀ ହେବା ପ୍ରସଙ୍ଗରେ ଦୁଃଖ ପ୍ରକାଶ କରିଛନ୍ତି । ସେ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି, ବିହାର, ପାଟଣା ମେଟ୍ରୋ ଟନେଲ୍ କାମ ସମୟରେ ଦୁର୍ଘଟଣା ଘଟି ଦୁଇ ଓଡ଼ିଆ ଶ୍ରମିକଙ୍କ ପ୍ରାଣହାନୀ ହେବା ସହ ଅନେକ ଆହତ ହୋଇଥିବା ବିଷୟରେ ଜାଣି ମୁଁ ଦୁଃଖିତ । ମୃତକଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଏପରି ଦୁଃଖଦ ସମୟରେ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଛି । ଏଥିସହ ସମସ୍ତ ଆହତଙ୍କ ଆଶୁଆରୋଗ୍ୟ କାମନା କରୁଛି ।