କିପରି ନେବେ ଆଖିର ଯତ୍ନ ?

କନଷ୍ଟ୍ରକସନ୍, ଶକ୍ତି ଉତ୍ପାଦନ ଭଳି କ୍ଷେତ୍ରରେ କାର୍ଯ୍ୟ କରୁଥିଲେ ସୁରକ୍ଷିତ ଚଷମା ଲଗାନ୍ତୁ
ସ୍ମାର୍ଟ ଫୋନ୍, ଲାପଟପ୍, ଆଦି ଅଧିକ ବ୍ୟବହାର କଲେ ଆଖି ଉପରେ ଚାପ ପଡିଥାଏ
ତେଣୁ ମୋବାଇଲ, କମ୍ପ୍ୟୁଟର ଭଳି ଡିଜିଟାଲ ସାମଗ୍ରୀ କମ ବ୍ୟବହାର କରନ୍ତୁ
ଆଖିକୁ ସର୍ବଦା ସ୍ୱଚ୍ଛ ରଖିବାକୁ ପ୍ରୟାସ କରିବା ଆବଶ୍ୟକ
ମୁହଁରେ ହାତ ଲଗାଇବା ପୂର୍ବରୁ ପ୍ରତିଦିନ ହାତ ସଫା କରନ୍ତୁ
ଆଖିକୁ ହାତରେ ଛୁଅନ୍ତୁ ନାହିଁ
ଆଖିକୁ ସ୍ପର୍ଷ କରିବାକୁ ପରିସ୍କାର ଗାମୁଛା, ରୁମାଲ ବ୍ୟବହାର କରନ୍ତୁ
ସୂର୍ଯ୍ୟଙ୍କ କିରଣଠୁ ଆଖିକୁ ସୁରକ୍ଷା ଦିଅନ୍ତୁ
ସୂର୍ଯ୍ୟଙ୍କ ଅତିବାଇଗଣି ରଶ୍ମୀ ଆପଣଙ୍କ ଆଖିକୁ ଖରାପ କରିଦେଇପାରେ
ତେଣୁ ବାହାରକୁ ଗଲେ ୟୁଭି(ଅତିବାଇଗଣି) ରଶ୍ମୀଠୁ ସୁରକ୍ଷା ପ୍ରଦାନ କରୁଥିବା ସନଗ୍ଲାସ୍ ପିନ୍ଧନ୍ତୁ
ଆଖିକୁ ସୁରକ୍ଷିତ ରଖିବା ପାଇଁ ସ୍ୱାସ୍ଥ୍ୟକର ଏବଂ ସନ୍ତୁଳିତ ଖାଦ୍ୟ ଖାଆନ୍ତୁ
ସବୁଜ ପନିପରିବା, ମାଛ, ବାଦାମ ଖାଦ୍ୟରେ ସାମିଲ କରନ୍ତୁ
ଏହା ଆପଣଙ୍କ ଆଖିର ସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖିଥାଏ
ଯଦି ଦେଖିବାରେ କୌଣସି ଅସୁବିଧା ହେଉଛି ଆଖି ପରୀକ୍ଷା କରାଇନିଅନ୍ତୁ
ଆଖି ପରୀକ୍ଷା ପରେ ଆବଶ୍ୟକ ପଡିଲେ ଚଷମା ପିନ୍ଧନ୍ତୁ