କଳାହାଣ୍ଡି ସାଂସଦଙ୍କୁ ଭେଟିଲେ ବିସ୍ଥାପିତ ସହାୟତା ସମିତି କର୍ମକର୍ତ୍ତା

 ନୂଆପଡ଼ା : ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ୍ ତିଖାଲି ଲୋୟରଇନ୍ଦ୍ର ଜଳସେଚନ ପ୍ରକଳ୍ପ ନିର୍ମାଣ କାମ ଆରମ୍ଭକୁ ୨୫ବର୍ଷ ବିତିଯାଇଥିଲେ ବି ବିସ୍ଥାପିତଙ୍କ ଦୁଃଖ ସରୁନି । ସ୍ୱାଧୀନତା ଦିବସ ଦିନ ବିସ୍ଥାପିତ ଓ କ୍ଷତିଗ୍ରସ୍ତଙ୍କ ସମସ୍ୟା ସମାଧାନ ପାଇଁ ଲୋୟର ଇନ୍ଦ୍ର ବିସ୍ଥାପିତ ସହାୟତା ସମିତି ପକ୍ଷରୁ କଳାହାଣ୍ଡି ସାଂସଦ ମାଲବିକା ଦେବୀଙ୍କୁ ଭେଟି ଏକ ଦାବିପତ୍ର ଦେଇଛନ୍ତି । ୨୦୦୦ ମସିହାରେ ତିଖାଲି ଠାରେ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ନିର୍ମାଣ କାମ ଆରମ୍ଭ ହୋଇଥିଲା । ପ୍ରକଳ୍ପରେ ୧୦ଖଣ୍ଡ ଗାଁ ସମ୍ପୂର୍ଣ ଓ ୧୭ଖଣ୍ଡ ଗାଁ ଆଂଶିକ ବୁଡ଼ି ହେବାରୁ ୫ହଜାରରୁ ଅଧୂକ ଲୋକେ ପ୍ରଭାବିତ ହୋଇଥିଲେ । ୨୦୨୧ ମାର୍ଚ୍ଚ ୧୦ତାରିଖରେ ତକôାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକଳ୍ପକୁ ଲୋକର୍ପଣ କରିଥିଲେ । ଖଡ଼ିଆଳସ୍ଥିତ ଲୋୟର ଇନ୍ଦ୍ର ପ୍ରକଳ୍ପ ସ୍ୱତନ୍ତ୍ର ଜମି ଅଧୂଗ୍ରହଣ ତଥା ପୁର୍ନବାସ ଓ ଥଇଥାନ ଅଧୂକାରୀ କାର୍ଯ୍ୟାଳୟରେ ବ୍ୟାପକ ଦୁର୍ନୀତି ଓ ଅବହେଳା ହେତୁ ବିସ୍ଥାପିତଙ୍କ ଦୁଃଖ ଦୂର ହେଉନି । ବିସ୍ଥାପିତ ମାନେ ଭୋଟର, ରାସନ ଓ ଆଧାରକାର୍ଡÿ ସହ ପେନସନ ପତ୍ର ଠିକଣା ପରିବର୍ତ୍ତନ କରିନଥିବାରୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ୨୦୨୨ରେ ପ୍ରତି ବିସ୍ଥାପିତ ପରିବାରକୁ ବିଜୁପକ୍କା ଘର ଅଧିନରେ ଗ୍ରାମୀଣ ଆବାସଗୃହ ବଣ୍ଟନ କରିଥିଲେ ବି  ବର୍ତ୍ତମାନ ୫ଶହ ପରିବାର ବାସଗୃହ ପାଇବାରୁ ବଞ୍ଚିତ ହୋଇଛନ୍ତି । ୨୦୧୪ ଜାନୁନୁୟାରୀ ୧କୁ ରାଜ୍ୟ ସରକାର କଟଅଫ୍ ତାରିଖ ରଖୁଛନ୍ତି । କିନ୍ତୁ ପ୍ରକଳ୍ପ ଉଦ୍?ଘାଟନ ତାରିଖକୁ କଟଅଫ୍ ତାରିଖ ରଖୁବା କଥା । ମୃତକଙ୍କ ନାଁରେ ଥଇଥାନ ରାଶି ଆତ୍ମସାତ କରିବାରୁ ପ୍ରକୃତ ବିସ୍ଥାପିତ ସହାୟତା ପାଇବାରୁ ବଞ୍ଚିତ ହୋଇଛନ୍ତି । ଆରପିଡ଼ିଏସି ବୈଠକ ହେବାର ଅଢେଇ ବର୍ଷ ବିତିଯାଇଥିଲେ ବି ବିସ୍ଥାପିତମାନେ ନିଜ ଅଭିଯୋଗ କରିବାରୁ ବଞ୍ଚିତ ହେଉଛନ୍ତି  । ୨୦୨୨ ନଭେମ୍ବର ୧୨ର ଆରପିଡ଼ିଏସି ବୈଠକର ନିଷ୍ପତ୍ତି ଓ ସୁପାରିସକୁ ସଠିକ ଭାବେ କାର୍ଯ୍ୟକାରୀ କରିବାକୁ ଦାବି କରିଛନ୍ତି । ବିସ୍ଥାପିତଙ୍କୁ ପାନୀୟଜଳ, ବିଜୁଳି, ଶିକ୍ଷା, ଗମନାଗମନ, ଶିଶୁଙ୍କ ସୁରକ୍ଷା ସହ ସାମାଜିକ, ସାଂସ୍କୃତିକ ସୁ ବିଧା ଦେବାରେ ପ୍ରଶାସନ ବିଫଳ ହୋଇଛି । ୨୦୨୦–୨୧ ଆର୍ଥିକ ବର୍ଷରେ ରାଜକୋଷରୁ ବହୁ କୋଟି ଟଙ୍କା ଲୁଟ ହୋଇଥିଲା । ଏହାର ସ୍ୱତନ୍ତ୍ର ଅଡିଟ୍ ଓ ଉଚ୍ଚସ୍ତରୀୟ ତଦନ୍ତକରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା,ବିସ୍ଥାପିତଙ୍କ ସମସ୍ୟାର ସମାଧାନ ପାଇଁ ଯଥାଶିଘ୍ର ଆରପିଡ଼ିଏସି ବୈଠକ କରିବା, ବିସ୍ଥାପିତଙ୍କ ଶୁଣାଣି ପାଇଁ ରାଜ୍ୟସ୍ତରୀୟ ବିସ୍ଥାପିତ କମିଶନ ସ୍ଥାପନ କରିବାକୁ ଦାବି କରିଛନ୍ତି । ବିସ୍ଥାପିତ ସହାୟତା ସମିତି ସଭାପତି ନିତ୍ୟାନନନ୍ଦ ପ୍ରଧାନ ଓ କିଶୋର କଠାର ଖଡ଼ିଆଳକୁ ଆସିଥିବା ସମୟରେ ମାଲବିକା ଦେବୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ  ।