ପୁଲିସ ପକ୍ଷରୁ ଆତ୍ମହତ୍ୟା ରୋକିବା ନେଇ ସଚେତନତା
ମାଲକାନଗିରି: ରାଜ୍ୟରେ ଆତ୍ମହତ୍ୟା ଦିନକୁ ଦିନ ବଢୁଥିବା ବେଳେ, ଏହାକୁ ରୋକିବା ନିମନ୍ତେ ଆଜି ଓରକେଲ ଏବଂ କୋରୁକୋଣ୍ଡା ପୋଲିସ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ବାଲିମେଳା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ କୋରୁକୋଣ୍ଡା ବ୍ଲକ ଏମ୍ଭି-୩୪ ସରକାରୀ ହାଇସ୍କୁଲରେ ଅନୁଷ୍ଠିତ ହୋଇଥିଲା । ଓରକେଲ ଥାନାଧିକାରୀ ଧୀରେନ ପଟ୍ଟନାୟକ କାର୍ଯ୍ୟକ୍ରମରେ ଯୋଗଦେଇ ଆତ୍ମହତ୍ୟା କରିବା କ’ଣ ଶେଷ ପଦକ୍ଷେପ । ଆମକୁ କ’ଣ ବଞ୍ଚିବାର ନାହିଁ ଆଗକୁ ପର୍ଯ୍ୟାପ୍ତ ସମୟ ଅଛି, ଅସୁବିଧାକୁ ସାମ୍ନା କରିବା ନିଜ ଦ୍ୱାରା ସମସ୍ୟାର ସମାଧାନ ନହୁଏ ତେବେ ପୋଲିସକୁ ଜଣାଇବା । ଆତ୍ମହତ୍ୟା କରିବା କିମ୍ବା ଉସୁକାଇବା ଆଦି ଧର୍ତବ୍ୟ ଅପରାଧ । ତେଣୁ ଏଭଳି କାର୍ଯ୍ୟରୁ ନିବୃତ୍ତ ରହିବା ପାଇଁ ସେ ନିଜ ଅଭିଭାଷଣରେ କହିଥିଲେ । ସେହିପରି ଏମଭି-୩୪ ସରକାରୀ ଉଚ୍ଚ ବିଦ୍ୟାଳୟରେ ଥାନାଧିକାରୀ ହିମାଂଶୁ ଶେଖର ବାରିକ ଯୋଗଦେଇ ଆତ୍ମହତ୍ୟା କରିବା ସବୁଠାରୁ ବଡ଼ ଅପରାଧ, ଯଦି ଛାତ୍ରଛାତ୍ରୀଙ୍କ କିଛି ସମସ୍ୟା ହୁଏ ତେବେ କିଛି ନିଜକୁ କେବେ ଏକୁଟିଆ ନ ଭାବି ସଙ୍ଗେ ସଙ୍ଗେ ପୁଲିସକୁ ନିଜର ସମସ୍ୟା ଜଣାଇବା ନିମନ୍ତେ କହିଥିଲେ । ଯଦି ନିଜକୁ ଅସୁରକ୍ଷିତ ଭାବନ୍ତି ତେବେ ଟୋଲ ଫ୍ରି ନଂ ରେ ଫୋନ କରିବା ପାଇଁ ନିଦେ୍ର୍ଦଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବାଲିମେଳା ହାଇସ୍କୁଲ ପ୍ରଧାନଶିକ୍ଷୟିତ୍ରୀ ସୁଶିଳା ହିଆଲ, କୋରୁକୋଣ୍ଡା ସିଡିପିଓ ରେଖାରାଣୀ ବାରିକଙ୍କ ସମେତ ଉଭୟ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।