ପୁସ୍ତକ ‘ଅଗନାଗ୍ନି ବନସ୍ତର କାକଳି’ ଉନ୍ମୋଚିତ

  ବାଲେଶ୍ୱର: ଫକୀରମୋହନ ସାହିତ୍ୟ ପରିଷଦ ଆନୁକୂଲ୍ୟରେ କବିତୀର୍ଥ ଶାନ୍ତିକାନନ ଠାରେ କବି ପ୍ରତାପ ଚନ୍ଦ୍ର ନାୟକଙ୍କ କବିତା ପୁସ୍ତକ ‘ଅଗନାଗ୍ନି ବନସ୍ତର କାକଳି’ ଲୋକାର୍ପିତ ହୋଇଯାଇଛି । ବରିଷ୍ଠ ସାହିତି୍ୟକ ଡ. ପ୍ରହ୍ଲାଦ ଚରଣ ମହାନ୍ତି ଏହାକୁ ଉନ୍ମୋଚନ କରିଥିବାବେଳେ ଫକୀରମୋହନ ସାହିତ୍ୟ ପରିଷଦର ଅଧ୍ୟକ୍ଷ ଡ. ସୁବାସ ଚନ୍ଦ୍ର ପାତ୍ର ଉକ୍ତ ସଭାରେ ସଭାପତିତ୍ୱ କରିଥିଲେ । ସମୀକ୍ଷକ ଭାବେ ବିଶିଷ୍ଟ ସାହିତି୍ୟକ ଗବେଷକ ଡ.ଶିରିଶ ଚନ୍ଦ୍ର ଜେନା ଓ ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଓଡ଼ିଆ ବିଭାଗୀୟ ମୁଖ୍ୟ ଡ.ସନ୍ତୋଷ କୁମାର ନାୟକ ଯୋଗଦାନ କରିଥିଲେ । ପ୍ରାରମ୍ଭରେ ପରିଷଦର ଯୁଗ୍ମ ସଂପାଦକ ଶ୍ରୀ ରାଜେଶ କୁମାର ଗିରିି ପ୍ରାରମ୍ଭିକ ସୂଚନା ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ । କବି ପ୍ରତାପ ଚନ୍ଦ୍ର ନାୟକ ତାଙ୍କର ପୁସ୍ତକ ପରିଚୟ ସମ୍ପର୍କରେ ଆଲୋଚନା ପରିପ୍ରେକ୍ଷୀରେ ସାହିତ୍ୟ କିପରି ବ୍ୟକ୍ତିର ସୂକ୍ଷ୍ମ ସୃଜନଶୀଳ ଆଧ୍ୟାମିôକ ଚେତନାର ଅଭିବୃଦ୍ଧିରେ ସାହାଯ୍ୟ କରେ ସେ ସମ୍ପର୍କରେ ବର୍ଣ୍ଣନା କରିଥିଲେ । ଡ. ଶିରିଶ କୁମାର ଜେନା ଓ ଡ.ସନ୍ତୋଷ କୁମାର ନାୟକ ତାଙ୍କର ପୁସ୍ତକ ସମୀକ୍ଷାରେ ବହିଟିକୁ ବିଭିନ୍ନ ଦୃଷ୍ଟିକୋଣରୁ ଆଲୋଚନା କରି କବି ଶ୍ରୀ ନାୟକଙ୍କୁ ଭୂୟସୀ ପ୍ରଶଂସା  କରିଥିଲେ । ଶେଷରେ ପରିଷଦର ସହସମ୍ପାଦିକା କବି କଲ୍ୟାଣୀ ନନ୍ଦ ଧନ୍ୟବାଦ ପ୍ରଦାନ କରିଥିଲେ ।