କାଜିରଙ୍ଗାରେ ଗଲାଣି ୩ ମହାବଳଙ୍କ ଜୀବନ
ଗୌହାଟି : ଆସାମର କାଜିରଙ୍ଗା ଜାତୀୟ ଉଦ୍ୟାନ ଓ ବ୍ୟାଘ୍ର ସଂରକ୍ଷଣ (କେଏନପିଟିଆର)ରେ ୧୫ ଦିନ ମଧ୍ୟରେ ତିନି ମହାବଳ ବାଘଙ୍କ ମୃତ୍ୟୁ ଘଟିଛି । ନିଜ ନିଜ ଭିତରେ ଲଢେଇ ଯୋଗୁ ଏହି ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ସଦ୍ୟତମ ଘଟଣାରେ ରବିବାର ଅପରାହ୍ନ ପ୍ରାୟ ୪ଟାରେ ଏକ ମାଈ ବାଘର ମୃତଦେହ ମିଳିଛି ।
ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣର ଏସଓପି ଅନୁଯାୟୀ ବ୍ୟବଚ୍ଛେଦ ପାଇଁ କେଏନପିଟିଆର ନିର୍ଦ୍ଦେଶକଙ୍କ ଦ୍ୱାରା ଏକ କମିଟି ଗଠନ କରାଯାଇଛି ବୋଲି ପାର୍କ କର୍ତ୍ତୃପକ୍ଷଙ୍କ ଦ୍ୱାରା ସୋମବାର ଜାରି ଏକ ବିବୃତ୍ତିରେ କୁହାଯାଇଛି । ବ୍ୟବଚ୍ଛେଦ ସମୟରେ ପ୍ରାରମ୍ଭିକ ତଥ୍ୟରୁ ଜଣାପଡିଛି ଯେ ଅନ୍ତଃସଂଘର୍ଷ ଯୋଗୁଁ ବାଘର ମୃତ୍ୟୁ ଘଟିଛି । ଗତ ୪ ତାରିଖରେ ଆଉ ଏକ ମାଈ ବାଘର ମୃତଦେହ ମିଳିଥିଲା ଏବଂ ବ୍ୟବଚ୍ଛେଦ ସମୟରେ ପ୍ରାରମ୍ଭିକ ତଥ୍ୟରୁ ଅନ୍ତଃସଂଘର୍ଷ ଯୋଗୁଁ ମୃତ୍ୟୁ ଘଟିଥିବା ସୂଚିତ ହୋଇଥିଲା । ସେହିପରି ଗତ ୧୪ ତାରିଖରେ କାଜିରଙ୍ଗା ବ୍ୟାଘ୍ର ସଂରକ୍ଷଣର ବିଶ୍ୱନାଥ ବନ୍ୟପ୍ରାଣୀ ବିଭାଗ ଅଧୀନରେ ଗମିରିର ପୂର୍ବ ରେଞ୍ଜର ଥୁଟେ ଚାପୋରିରେ ଏକ ଯୁବ ପୁରୁଷ ବାଘର ମୃତଦେହ ମିଳିଥିଲା । ୨୦୨୪ ଆକଳନ ଅନୁଯାୟୀ ପାର୍କରେ ୧୪୮ ବାଘ ରହିଛନ୍ତି । ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳ କାଜିରଙ୍ଗା, ଯାହାକୁ ୨୦୦୬ ମସିହାରେ ବ୍ୟାଘ୍ର ସଂରକ୍ଷଣ ଘୋଷଣା କରାଯାଇଥିଲା, ଏଠାରେ ଭାରତୀୟ ହାତୀ, ଜଙ୍ଗଲୀ ଜଳମହିଷ ଓ ସ୍ୱାପ୍ ହରିଣଙ୍କ ପ୍ରଜନନ ସଂଖ୍ୟା ମଧ୍ୟ ରହିଛି ।
Samir Kumar Rout