କାର୍ ସହ ମଦ ଜବତ
ନାଉଗାଁ: ନାଉଗାଁ ଥାନା ଅନ୍ତର୍ଗତ ଜାମୁଗାଁ ଠାରେ ଏକ କାର ସହ ଦେଶୀ ଓ ବିଦେଶୀ ଚୋରାମଦ ଅବକାରୀ ବିଭାଗ ଦ୍ୱାରା ଜବତ କରାଯାଇଛି । ମଦ ଜବତ କରାଯାଇଥିବା ବେଳେ ଗାଡି ଚାଳକ ଫେରାର ହୋଇଯାଇଛି । ଜଗତସିଂହପୁର ଅବକାରୀ ବିଭାଗର ଇନିସପେକ୍ଟର ପ୍ରଭାସ କୁମାର ଚୌଧୁରୀଙ୍କ ସୂଚନା ମୁତାବକ ମାରୁତି କାର ଗାଡି ନଂ ଓଆର ୦୨ବିଏକ୍ସ ୦୯୮୯ରେ ଚୋରାମଦ ଯାଉଥିବା ବିଶେଷ ସୂତ୍ରରୁ ଖବର ପାଇ ଉକ୍ତ ଚୋରାମଦ ଗାଡିକୁ ଟିମ ଦ୍ୱାରା ୨୧ପେଟି ଅର୍ଥାତ ୧୦୫ଲିଟର ଆସ୍କା ଫଟି ସହିତ ୪୦ଟି ବିଦେଶୀ ମଦ ଜବତ କରାଯାଇଛି । ଉକ୍ତ ଗାଡିଟି ପ୍ରଶାନ୍ତ କୁମାର ସାହୁଙ୍କ ନାମରେ ଥିବା ଜଣାଯାଇଛି ।