କାର୍କୁ ଧକ୍କା ଦେଲା ହାଇଓ୍ବା
ଖୋର୍ଦ୍ଧା: ୧୬ ନମ୍ବର ଜାତୀୟ ରାଜପଥ ଖୋର୍ଦ୍ଧା ଉପକଣ୍ଠ ପିତାପଲ୍ଲୀ ଛକ ପେଟ୍ରୋଲ ପମ୍ପ ସମ୍ମୁଖରେ ଗୁରୁବାର ସିରିଜ ଦୁର୍ଘଟଣା ଘଟିଛି। ଏକ କାର୍କୁ ହାଇଓ୍ବା ଧକ୍କା ଦେଇଥିଲା। କାର୍ ଡ୍ରାଇଭର ନିୟନ୍ତ୍ରଣ ହରାଇ ଆଗରେ ଯାଉଥିବା ବସ୍ରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି କାର୍ ଚାଳକ।