କାର୍ଯ୍ୟରେ ଯୋଗଦେଲେ ତହସିଲଦାର

ରାଜନଗର : ରାଜନଗର ତହସିଲ କାର୍ଯ୍ୟାଳୟରେ ନୂତନ ତହସିଲଦାର ଭାବେ ଯୀଶୁକ୍ରିଷ୍ଣ ଦାସ ମଙ୍ଗଳବାର ଦିନ ଯୋଗ ଦେଇଛନ୍ତି । ପୂର୍ବରୁ ତହସିଲଦାର ଥିବା ଅମୀୟକେତନ ସ୍ୱାଇଁଙ୍କୁ କେନ୍ଦ୍ରପଡା ଡେପୁଟି କଲେକ୍ଟର ଭାବେ ନିଯୁକ୍ତି ଦିଆଯାଇଛି । ନୂତନ ତହସିଲଦାର ଶ୍ରୀ ଦାସ ଯୋଗଦେବା ପରେ ତକôାଳୀନ ତହସିଲଦାର ଶ୍ରୀ ସ୍ୱାଇଁଙ୍କ ସମତେ ଅତିରିକ୍ତ ତହସିଲଦାର ସନ୍ଦିପ ଖାଡଙ୍ଗା, ମୁଖ୍ୟ ଲିପିକ ଠାକୁରଚାନ୍ଦ ହେମ୍ବ୍ରମ, ବରିଷ୍ଠ ଲିପିକ ପରେଶକୁମାର ମଲ୍ଲିକ, ପ୍ରଶାନ୍ତ ସାହୁ, ସତ୍ୟବ୍ରତ ଗିରିଙ୍କ ସହ ସମସ୍ତ କର୍ମଚାରୀମାନେ ନୂତନ ତହସିଲଦାର ଶ୍ରୀ ଦାସଙ୍କୁ ଶ୍ରୀ ଜଗନ୍ନାଥଙ୍କ ଫଟୋଚିତ୍ର ଓ ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ ।