ଖୁଆଡରୁ ବାହାରିଲା ଜୀନତ୍

 ବାରିପଦା: ଯମୁନା ପରେ ଏବେ ବାଘୁଣି ଜୀନତ୍ ଜଙ୍ଗଲକୁ ଯାଇଛି ।୧୦ ଦିନ ସଫ୍ଟ ଏନକ୍ଲୋଜର୍ରେ ରହିବା ପରେ ଗତକାଲି ତାକୁ ଏନକ୍ଲୋଜର୍ରୁ ମୁକ୍ତ କରାଯାଇଛି । ଏବେ ସେ ଶିମିଳିପାଳ ଉତ୍ତର ଉପଖଣ୍ଡର କୋର ଅଞ୍ଚଳରେ ବୁଲାବୁଲି କରୁଛି ବାଘୁଣୀ ଜୀନତ୍ । ଯମୁନା ଭଳି ଶିମିଳିପାଳ ଟାଇଗର ରିଜର୍ଭର ଏକ ସ୍ୱତନ୍ତ୍ର ଟିମ୍ ୨୪ ଘଣ୍ଟା ଧରି ଜୀନ୍ନତ୍ର ଗତିବିଧି ଉପରେ ନଜର ରଖିଥିବା ନେଇ ଶିମିଳିପାଳ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ରହିଛି । ଚଳିତ ମାସ ୬ ତାରିଖରେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରଳ୍ପର ଏକ ସ୍ୱତନ୍ତ୍ର ଟିମ୍ ମହାରାଷ୍ଟ୍ର ଯାଇ ଗତ ୧୪ ତାରିଖରେ ମହାରାଷ୍ଟ୍ର ତାଡ଼ବା ଅନ୍ଧାରୀ ଟାଇଗର ରିଜର୍ଭରୁ ଜୀନତକୁ ଆଣି ଗତ ୧୫ ତାରିଖରେ ଶିମିଳିପାଳ କୋର ଅଞ୍ଚଳରେ ହୋଇଥିବା ସୋଫ୍ଟ ଏନକ୍ଲୋଜର୍ ମଧ୍ୟରେ ଛଡ଼ାଯାଇଥିଲା । ଆଉ ଏବେ ୧୦ ଦିନ ପରେ ସୁସ୍ଥ ଓ ସକ୍ରିୟ ଅବସ୍ଥାରେ ତାକୁ ଏନକ୍ଲୋଜର୍ ମୁକ୍ତ କରିଛନ୍ତି ଶିମିଳିପାଳ କର୍ତ୍ତୃପକ୍ଷ ।