ଦୀପ ପ୍ରସ୍ତୁତିରେ ନିମଗ୍ନ କାରିଗର 

 ବୁଗୁଡ଼ା :  ଆଗକୁ ଆସୁଛି ମହାଶିବରାତ୍ରୀ ବା ଜାଗର । ସବୁ ଶିବ ମନ୍ଦିରରେ ଜାଗର ଜାଳିବେ ଶ୍ରଦ୍ଧାଳୁ । ଏଥିପାଇଁ ବୁଗୁଡ଼ା ଅଞ୍ଚଳର ବହୁ କୁମ୍ଭକାର ପରିବାର ମାଟି ଦୀପ ପ୍ରସ୍ତୁତିରେ ବ୍ୟସ୍ତଥିବା ଦେଖିବାକୁ ମିଳୁଛି । ପୂର୍ବ ପୁରୁଷରୁ ମାଟିରୁ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତିକୁ କୌଳିକ ବୃତ୍ତି ଭାବେ ଆପଣାଇ ନେଇଥିବା କୁମ୍ଭକାରଙ୍କ ବେଉସା ଆଧୁନିକତାର ମାଡ଼ରେ ନହଜି ଅଦ୍ୟାବଧି ବଞ୍ଚି ରହିଛି । ପୂର୍ବରୁ ମାଟି ପାତ୍ରର ଚାହିଦା ଯଥେଷ୍ଟ ଅଧିକ ଥିଲା । ରୋଷେଇ ପାଇଁ ଆବଶ୍ୟକ ମାଟି ପାତ୍ର ଠାରୁ ଆରମ୍ଭ କରି ହାଣ୍ଡି, ମାଠିଆ, ସୁରେଇ ଆଦି ଭଳି ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରି କୁମ୍ଭକାର ପରିବାର ବେଶ୍ ଦୁଇ ପଇସା ରୋଜଗାର କରି କୁଟୁମ୍ବର ଗୁଜରାଣ ମେଣ୍ଟାଇ ପାରୁଥିଲା । ସମୟାନୁକ୍ରମେ ଆଧୁନିକ ମଣିଷର ରୁଚିରେ ମଧ୍ୟ ପରିବର୍ତ୍ତନ ଦେଖାଦେଇଛି । ଏବେ ରୋଷେଇ ପାଇଁ ସାଧାରଣ ଲୋକେ ମାଟିପାତ୍ରକୁ ଭୁଲି ବିଭିନ୍ନ ଧାତୁରେ ନିର୍ମିତ ବାସନ କୁସନ ବ୍ୟବହାର କରିବାକୁ ପସନ୍ଦ କଲେଣି । ଏଭଳି ପରିସ୍ଥିତରେ କୁମ୍ଭକାରଙ୍କ ବୃତ୍ତି ପ୍ରଦାନ ପ୍ରତି ସଂକଟ ସୃଷ୍ଟି ହୋଇଛି । ତଥାପି କୌଳିକ ବୃତ୍ତିକୁ ବଞ୍ଜାଇ ରଖିବା ପାଇଁ ଏବେ ସୁଦ୍ଧା