କାଳବୈଶାଖୀ : ତାତିରୁ ତ୍ରାହି

କାଳବୈଶାଖୀ : ତାତିରୁ ତ୍ରାହି


ଭୁବନେଶ୍ୱର : ତାତିରୁ ମିଳିଲା ତ୍ରାହି । ପଶ୍ଚିମାଝଡ଼ ସହ ନିମ୍ନ·ପ ରେଖା ପ୍ରଭାବରେ ସାରା ରାଜ୍ୟରେ ବଦଳିଛି ପାଗ । ଆଜି ସକାଳେ ପ୍ରବଳ ଖରା ହୋଇଥିଲା । ଧୀରେ ଧୀରେ ଖରା ବଢିଥିଲା । ମଧ୍ୟାହ୍ନରେ ଅସମ୍ଭାଳ ଖରା ହୋଇଥିଲା । ଯେଉଁଥିପାଇଁ ରାସ୍ତାଘାଟ ଶୂନ୍ଶାନ୍ ହୋଇଯାଇଥିଲା । ହେଲେ ମଧ୍ୟାହ୍ନ ପରେ ବଦଳିଥିଲା ପାଗ । କାଉଁଳିଆ ପାଗ ହୋଇଥିଲା । ଆଉ ସୁଲୁସୁଲିଆ ପବନ ବୋହିଥିଲା । ଅପରାହ୍ଣରେ ରାଜଧାନୀ ଆକାଶରେ ଘୋଟି ଆସିଥିଲା କଳାହାଣ୍ଡିଆ ମେଘ । ·ହୁଁ·ହୁଁ ବର୍ଷି ଯାଇଥିଲା । ଆଉ ମଝିରେ ମଝିରେ ବଜ୍ରପାତ ଓ ଘଡ଼ଘଡ଼ି ମଧ୍ୟ ହୋଇଥିଲା । କାଳବୈଶାଖୀ ପ୍ରଭାବରେ ଗତ ୪ ଦିନ ଧରି କଲବଲ କରୁଥିବା ତାତିରୁ ମିଳିଥିଲା ଆଶ୍ୱସ୍ତି । 
ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉପକୂଳ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ଆକାଶ ମେଘାଚ୍ଛନ୍ନ ରହିବା ସହ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଜିଲ୍ଲାରେ ଘଡଘଡି ବିଜୁଳି ସହ ବର୍ଷା ହୋଇଛି । ପଶ୍ଚିମାଝଡ଼ ପ୍ରଭାବରେ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇଛି । ଆଗାମୀ ୨ରୁ ୩ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ଜନିତି ବର୍ଷା ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସହ ପ୍ରଚଣ୍ଡ ଘଡଘଡି ବିଜୁଳି ପାଇଁ ୧୫ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ବିଶେଷ କରି ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, କଟକ, ଯାଜପୁର, ନୟାଗଡ, ଅନୁଗୁଳ, ଢେଙ୍କାନାଳ, ଦେବଗଡ, ବୌଦ୍ଧ, ସୋନପୁର, ସମ୍ବଲପୁର, ସୁନ୍ଦରଗଡ, ଝାରସୁଗୁଡା ଏବଂ ବରଗଡ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ଏହି  ସବୁ ଜିଲ୍ଲାରେ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବା ସହ କୁଆପଥର ବୃଷ୍ଟି ନେଇ ୱାର୍ଣ୍ଣିଂ ଜାରି ହୋଇଛି । କାଲି ସକାଳ ପରଠାରୁ ୯ ତାରିଖ ସକାଳ ପର୍ଯ୍ୟନ୍ତ ବର୍ଷା  ସହ ୩୦ ରୁ ୪୦ କିମି ପବନ ବହିବାର ସମ୍ଭାବନା ଥିବା ବେଳେ ୧୨ ଜିଲ୍ଲା ମୟୂରଭଞ୍ଜ, ଅନୁଗୁଳ  , ଦେଓଗଡ,  କେନ୍ଦୁଝର,  ସମ୍ବଲପୁର,  ସୋନପୁର,   ନୟାଗଡ,  ଗଂଜାମ,  ଗଜପତି, କନ୍ଧମାଳ , ରାୟଗଡା ଓ  କଳାହାଣ୍ଡି ପାଇଁ  ୟେଲୋ ୱାର୍ଣ୍ଣିଂ ଜାରି କରିଛନ୍ତି  ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିଦେ୍ର୍ଦଶିକା ମନୋରମା ମହାନ୍ତି ।