ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟପାଳଙ୍କ ପ୍ରଶଂସା
ଭୁବନେଶ୍ୱର: ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି ଆଜି ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ବାସଭବନରେ ସୌଜନ୍ୟମୂଳକ ସାକ୍ଷାତ କରି ରାଜ୍ୟ ସରକାରଙ୍କ ପ୍ରଥମ ବର୍ଷର ସଫଳତା ଓ ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଛନ୍ତି ।
ଏହି ଅବସରରେ ରାଜ୍ୟପାଳ ଶ୍ରୀକମ୍ଭମପାଟି କହିଥିଲେଯେ, ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ମୁଖ୍ୟମନ୍ତ୍ରୀ ରାଜ୍ୟ ପ୍ରଶାସନର ନେତୃତ୍ୱ ନେଇ ପ୍ରଥମ ବର୍ଷରେ ଅନେକ ଲୋକାଭିମୁଖୀ ଯୋଜନା ସଫଳତାର ସହ କାର୍ଯ୍ୟକାରୀ କରିଛନ୍ତି । ରାଜ୍ୟ ସରକାରଙ୍କ ଉଲ୍ଲେଖନୀୟ ସଫଳତା ପାଇଁ ରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ । ରାଜ୍ୟର ଅନେକ ବିକାଶମୂଳକ ଯୋଜନା ସମ୍ପର୍କରେ ମଧ୍ୟ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ରାଜ୍ୟପାଳଙ୍କୁ ଓଡିଶା ଭିଜନ- ୨୦୩୬ ଓ ୨୦୪୭ ପ୍ରଦାନ କରିଥିଲେ । ସମୃଦ୍ଧ ଓଡିଶା ଗଠନ ପାଇଁ ସରକାରଙ୍କ ରୋଡମ୍ୟାପ ସମ୍ପର୍କରେ ରାଜ୍ୟପାଳଙ୍କୁ ଅବଗତ କରାଇଥିଲେ ।