କାଳବୈଶାଖୀରେ ଫସଲ ନଷ୍ଟ

 ବରଗଡ  : ବରଗଡ଼ ଜିଲ୍ଲାରେ ଶନିବାର କାଳବୈଶାଖୀ ପ୍ରଭାବରେ ଝଡ଼ ବର୍ଷା ଅନୁଭୂତ ହୋଇଥିଲା ଏଥିସହ ବିଭିନ୍ନ ସ୍ଥାନରେ କୁଆପଥର ମାଡ଼ ହୋଇଥିବା ଜଣା ପଡିଛି  । ତେବେ ଏହି ଅନୁଯାୟୀ ଶନିବାର ସନ୍ଧ୍ୟାରେ ବରଗଡ଼ ଜିଲ୍ଲା ଅନ୍ତର୍ଗତ ଭଟଲି ବ୍ଲକ୍ରେ ମଧ୍ୟ ଝଡ଼ ତୋଫାନ ସାଙ୍ଗକୁ ପ୍ରବଳ ବର୍ଷା ସହିତ କୁଆପଥର ମାଡ଼ ହୋଇଥିଲା ।  ଭଟଲି ବ୍ଲକ୍ର ଜୟପୁର, ଗୌଡ଼ପାଲି, ନାରଙ୍ଗପୁର ଓ ବିଛୁଆଁ ଅଞ୍ଚଳ ଏଥିରେ ବେଶୀ କ୍ଷତିଗ୍ରସ୍ତ ହୋଇଥିବା ଜଣା ପଡିଛି  । ଅନ୍ୟ ଅଞ୍ଚଳରେ ବର୍ଷା ଯୋଗୁଁ ଧାନ ବିଲରେ ପଡିରହିଥିବା ଧାନ ନଷ୍ଟ ହୋଇଥିବା ଜଣାପଡିଛି  । ଏନେଇ ରବିବାର ସକାଳୁ ଭଟଲି ତହସିଲଦାର ରାମକୃଷ୍ଣ ମିଶ୍ରଙ୍କ ସମେତ ବ୍ଲକ୍ କୃଷି ଅଧିକାରୀ, ରାଜସ୍ୱ ନୀରିକ୍ଷକ ଏବଂ ହାତୀସର ରାଜସ୍ୱ ନୀରିକ୍ଷକ ପ୍ରମୁଖ ଜୟପୁର, ଗୌଡ଼ପାଲି, ନାରଙ୍ଗପୁର ଓ ବିଛୁଆଁ ଅଞ୍ଚଳର କ୍ଷତିଗ୍ରସ୍ତ ଚାଷ ଜମି ବୁଲି ଦେଖିଥିଲେ ।  ଏହାସହିତ ଏହି ପ୍ରାକୃତିକ ଦୂର୍ବିପାକ ଯୋଗୁ ପ୍ରାୟ ୧୨୦ ହେକ୍ଟର ଚାଷଜମିର ଧାନ ଓ ପନିପରିବା ନଷ୍ଟ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି  ।