ଟିପିସିଓଡିଏଲ୍ର ଗ୍ରୀଷ୍ମଋତୁ ପ୍ରସ୍ତୁତି 

 ଭୁବନେଶ୍ୱର: ଗ୍ରୀଷ୍ମଋତୁରେ ତାପମାତ୍ରା ବୃଦ୍ଧି ପାଉଥିବାରୁ ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍) ବର୍ଦ୍ଧିତ ବିଦ୍ୟୁତ ଚାହିଦାକୁ ପୂରଣ କରିବାକୁ ପ୍ରସ୍ତୁତ ରହିଛି । ୨୫୨୪ ମେଗାୱାଟ୍ର ସର୍ବୋଚ୍ଚ ଚାହିଦା ସହିତ ଟିପିସିଓଡିଏଲ୍ ନିରବଚ୍ଛିନ୍ନ ବିଜୁଳି ଯୋଗାଣ ସୁନିଶ୍ଚିତ କରିବା ପାଇଁ ଅନେକ ସକ୍ରିୟ ପଦକ୍ଷେପ ଗ୍ରହଣ କରିଛି । ବିଦ୍ୟୁତ୍ ବଣ୍ଟନ କ୍ଷମତାକୁ ସୁଦୃଢ଼ କରିବା ପାଇଁ ଟିପିସିଓଡିଏଲ୍ ପକ୍ଷରୁ ଭୁବନେଶ୍ୱରରେ ଏକ କେନ୍ଦ୍ରୀଭୂତ ବିଦ୍ୟୁତ ବିତରଣ ପ୍ରଯୁକ୍ତି କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ଏହି ଉନ୍ନତ ସୁବିଧା ସୁପରଭାଇଜରୀ କଂଟ୍ରୋଲ ଆଣ୍ଡ ଡାଟା ଆକ୍ୱିଜିସନ ଓ ଏକ ଉନ୍ନତ ବିତରଣ ପରିଚାଳନା ବ୍ୟବସ୍ଥା ମାଧ୍ୟମରେ ନେଟୱାର୍କର ବାସ୍ତବ ସମୟ ନିରୀକ୍ଷଣକୁ ସକ୍ଷମ କରୁଛି । ଯାହା ୩୩ କେଭି ଫିଡର, ପ୍ରାଥମିକ ସବ୍ଷ୍ଟେସନ ଓ ୧୧ କେଭି ଫିଡରର ନିରବଚ୍ଛିନ୍ନ ପରିଚାଳନା ସୁନିଶ୍ଚିତ କରୁଛି । ପାୱାର ସିଷ୍ଟମ କଣ୍ଟ୍ରୋଲ ସେଂଟରରେ ବ୍ୟାକଅପ୍ ପାୱାର ବ୍ୟବସ୍ଥା ଏବଂ ଉତ୍ସର୍ଗୀକୃତ ଯୋଗାଯୋଗ ଚ୍ୟାନେଲଗୁଡିକ ପରିଚାଳନାଗତ ନିରନ୍ତରତାକୁ ଆହୁରି ସୁଦୃଢ଼ କରିପାରିଛି ।
ଗ୍ରୀଷ୍ମ ଋତୁ ପ୍ରସ୍ତୁତି ଅଭିଯାନର ଏକ ଅଂଶ ଭାବରେ, ଟିପିସିଓଡିଏଲ୍ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ପାୱାର ଟ୍ରାନ୍ସଫର୍ମର ଏବଂ ସବ୍ଷ୍ଟେସନଗୁଡିକର ଉନ୍ନତିକରଣ କରି ସବ୍-ଟ୍ରାନ୍ସମିସନ ନେଟୱାର୍କରେ ୧୫୨ ଏମ୍ଭିଏ ଯୋଡାଯାଇଛି  । ନୂତନ ବିତରଣ ଟ୍ରାନ୍ସଫର୍ମର ଦ୍ୱାରା ବିତରଣ ନେଟୱାର୍କରେ ୧୮୧ ଏମଭିଏ କ୍ଷମତା ଯୋଡା ଯାଇଛି । ସହରାଞ୍ଚଳରେ ୯୮% ସଫଳତା ହାର ସହିତ ୫ ମିନିଟ୍ ମଧ୍ୟରେ ମୁଖ୍ୟ ଉତ୍ସରେ ବିଭ୍ରାଟ କ୍ଷେତ୍ରରେ ପରିବର୍ତ୍ତନ ପାଇଁ ପିଏସଏସରେ ହଟ୍ ଷ୍ଟାଣ୍ଡ ବାଇ ସୋର୍ସ ସୁନିଶ୍ଚିତ କରାଯାଇଛି ।
କାଳବୈଶାଖୀ ଝଡ଼ ପ୍ରସ୍ତୁତି ପାଇଁ ଟିପିସିଓଡିଏଲ୍ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି  । ଜରୁରୀକାଳୀନ ପରିସ୍ଥିତିର ମୁକାବିଲା କରିବା ପାଇଁ ଅତିରିକ୍ତ ମାନବ ସମ୍ବଳ ଏବଂ ଯାନବାହନ ମୁତୟନ କରାଯାଇଛି । ୧୩ଟି ଭ୍ରାମ୍ୟମାଣ ଡିଷ୍ଟ୍ରିବ୍ୟୁସନ୍ ସବ୍ଷ୍ଟେସନ ପ୍ରସ୍ତୁତ ରଖାଯାଇଛି । ଶୀଘ୍ର ପୁନରୁଦ୍ଧାର ପାଇଁ ୨୦ଟି ବିଭାଗୀୟ ଷ୍ଟୋରରେ ଜରୁରୀକାଳୀନ ସାମଗ୍ରୀ ମହଜୁଦ୍ ରଖାଯାଇଛି  ।  ଗଛ କାଟିବା ଏବଂ କ୍ରସ୍ ଆର୍ମ ପରିବର୍ତ୍ତନ ପାଇଁ ୫ଟି ମାନଲିଫ୍ଟର ନିୟୋଜିତ କରାଯାଇଛି  । ଗ୍ରୀଷ୍ମ ଋତୁ ପ୍ରସ୍ତୁତି ସମ୍ପର୍କରେ ଟିପିସିଓଡିଏଲ୍ର ସିଇଓ ଅରଭିନ୍ଦ୍ ସିଂହ କହିଛନ୍ତି ଯେ,ଗ୍ରୀଷ୍ମ ଋତୁରେ ଭରସାଯୋଗ୍ୟ ବିଜୁଳି ଯୋଗାଣ ସୁନିଶ୍ଚିତ କରିବା ଆମର ସର୍ବୋଚ୍ଚ ପ୍ରାଥମିକତା । ଅତ୍ୟାଧୁନିକ ଜ୍ଞାନକୌଶଳ, ଭିର୍ତ୍ତିଭୂମିିକୁ ସୁଦୃଢ଼ କରିବା ଏବଂ ଭଲ ଭାବେ ପ୍ରସ୍ତୁତ କର୍ମଚାରୀଙ୍କ ସହାୟତାରେ ଟିପିସିଓଡିଏଲ୍ ଗ୍ରାହକଙ୍କ ପାଇଁ ସେବାର ଗୁଣବତ୍ତା ଏବଂ ନିରାପତ୍ତା ବୃଦ୍ଧି କରିବା ସହିତ ବଢ଼ୁଥିବା ବିଦ୍ୟୁତ ଚାହିଦାକୁ ପୂରଣ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ଏହି ଦୃଢ଼ ପଦକ୍ଷେପ ସହିତ ଟିପିସିଓଡିଏଲ୍ ସେବା ଯୋଗାଉଥିବା ଅଞ୍ଚଳରେ ନିରବଚ୍ଛିନ୍ନ, ସୁରକ୍ଷିତ ବିଦ୍ୟୁତ୍ ଯୋଗାଣ ପାଇଁ ନିଜର ପ୍ରତିବଦ୍ଧତାକୁ ଦୋହରାଇଛି ।