ଗୃହରେ ସାମ୍ବାଦିକଙ୍କୁ ମୋବାଇଲ୍ କଟକଣା ନିଦେ୍ର୍ଦଶ : ପ୍ରତିବାଦ ପରେ ପ୍ରତ୍ୟାହାର
ଭୁବନେଶ୍ୱର: ସକାଳ ୧୦ଟା ୨୦ । ବିଧାନସଭା ଖବର ସଂଗ୍ରହ ପାଇଁ ସାମ୍ବାଦିକମାନେ ମିଡ଼ିଆ ଗ୍ୟାଲେରୀକୁ ଯିବାବେଳେ ଅଟକାଇଥିଲେ ସୁରକ୍ଷା କର୍ମୀ । ସିଧା ସିଧା କହିଥିଲେ ଭିତରକୁ ମୋବାଇଲ ଯାଇପାରିବ ନାହିଁ । ଧିରେଧିରେ ଜଣଙ୍କ ପରେ ଜଣେ ସାମ୍ବାଦିକ ଗୃହ ଭିତରକୁ ପ୍ରବେଶ କରିବାକୁ ଯାଉଥିବାବେଳେ ସୁରକ୍ଷା କର୍ମୀମାନେ ଅଟକାଇଥିଲେ । ଯାହାକୁ ନେଇ ବରିଷ୍ଠ ଓ ଯୁବ ସାମ୍ବାଦିକମାନଙ୍କ ମନରେ ଅସନ୍ତୋଷ କୁହୁଳିଥିଲା । ଡିଜିଟାଲ ଯୁଗରେ ସାମ୍ବାଦିକମାନଙ୍କ ପାଇଁ ମୋବାଇଲ୍ ନିତାନ୍ତ ଅପରିହାର୍ଯ୍ୟ ଥିବାବେଳେ ଏଭଳି ବ୍ୟବସ୍ଥାକୁ ସମସ୍ତେ ପ୍ରତିବାଦ କରିଥିଲେ । ସାମ୍ବାଦିକମାନେ ଏହାର ପ୍ରତିବାଦରେ ପ୍ରାୟ ଚାରି ଘଣ୍ଟା ଧରି ବିଧାନସଭା ପରିସରରେ ଥିବା ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ଧାରଣା ଦେଇଥିଲେ । ଶେଷରେ ବାଚସ୍ପତି ସୁରମା ପାଢ଼ୀଙ୍କ ସହ ସାମ୍ବାଦିକମାନଙ୍କ ପ୍ରତିନିଧି ଦଳ ଆଲୋଚନା କରିବା ପରେ ସମସ୍ୟାର ସମାଧାନ ହୋଇଥିଲା । ମୋବାଇଲ୍ କଟକଣା ହଟିବା ପାଇଁ ବାଚସ୍ପତିଙ୍କ ନିଦେ୍ର୍ଦଶ ପରେ ସାମ୍ବାଦିକମାନେ ଆନେ୍ଦାଳନ ପ୍ରତ୍ୟାହାର କରିଥିଲେ ।
ସବୁଦିନ ପରି ଆଜି ପୂର୍ବାହ୍ନ ସାଢ଼େ ୧୦ଟାରେ ଗୃହକାର୍ଯ୍ୟଦ୍ଭ ୭ ପୃଷ୍ଠାରେ...