ଭୂପତି ଓ ଖୁଆଇସଙ୍କୁ ସ୍ୱର୍ଣ୍ଣ ପଦକ

ନୂଆପଡା : ଝାରଖଣ୍ଡ ରାଜ୍ୟ ରାଞ୍ଚି ଖେଲଗାଁସ୍ଥିତ ଗନା ଭଗତ ଇଣ୍ଡୋର ଷ୍ଟାଡ଼ିୟମରେ ସର୍ବଭାରତୀୟ କରାଟେ ଚମ୍ପିଅନସିପରେ ନୂଆପଡ଼ା ବ୍ଳକ ବେଲଟୁକୁରୀ ପଞ୍ଚାୟତ ସମିତି ସଭ୍ୟ ନୀଳକମଲ ଚନ୍ଦ୍ରକାରଙ୍କ ଦୁଇପୁଅ ଭୂପତି ଚନ୍ଦ୍ରକାର ଓ ଖୁଆଇସ ଚନ୍ଦ୍ରକାର ୧୨ବର୍ଷରୁ କମବର୍ଗରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଏଥିରେ ବେଲଟୁକୁରୀ ସମିତିସଭ୍ୟ ଶ୍ରୀ ଚନ୍ଦ୍ରକାରଙ୍କ ବଡ଼ପୁଅ ଭୂପତି କାତାରେ ସ୍ୱର୍ଣ୍ଣ ଓ ଫାଇଟରେ ରୌପ୍ୟ ପଦକ ପାଇଛନ୍ତି । ସେହିପରି ସାନପୁଅ ଖୁଆଇସ ଫାଇଟରେ ସ୍ୱର୍ଣ୍ଣ ଓ କାତାରେ  ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଏହି ଚାମ୍ପିଅନସିପରେ ବେଲଟୁକୁରୀ ଗାଁର ବୁଧୁରାମ ଚନ୍ଦ୍ରକାରଙ୍କ ପୁଅ ରିଷବ ଚନ୍ଦ୍ରକାର ୧୮ବର୍ଷରୁ କମ ବର୍ଗରେ କାତାରେ ସ୍ୱର୍ଣ୍ଣ ଓ କୁମୁଟିରେ ରୌପ୍ୟ ପଦକ ପାଇଛନ୍ତି । ଏଭଳି ସର୍ବଭାରତୀୟ କରାଟେ ଚମ୍ପିୟାନସିପରେ ନୂଆପଡ଼ା ବ୍ଳକର ୩ଜଣ ବାଳକ ସ୍ୱର୍ଣ୍ଣପଦକ ପାଇଛନ୍ତି । ଏହି ସଫଳତା ପାଇଁ ୩ ସ୍ୱର୍ଣ୍ଣ ପଦକ ବିଜେତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।