ଏଏସ୍ଆଇ ପ୍ରଶାନ୍ତ ତ୍ରିପାଠୀଙ୍କୁ କୋର୍ଟରେ ହାଜର ସମନ

ାା ପ୍ରଭାନୁ୍ୟଜ ।ା ବ୍ୟାସନଗର : ଶଯ୍ୟାରେ ଥିବା ରୋଗୀକୁ ବିଳମ୍ବିତ ରାତିରେ ଘରୁ ଉଠାଇ ନେବା ଏବଂ ଅଧାବାଟରୁ ଫେରେଇ ଆଣି ତଣ୍ଟିଆମାରିବା ସହ ଧମକଚମକ ଦେବା ଭଳି ଅଭିଯୋଗରେ ମାନ୍ୟବର ଯାଜପୁର ରୋଡ଼ ଜେଏଫସି କୋର୍ଟ କୋରେଇ ଥାନା ଏଏସଆଇ ପ୍ରଶାନ୍ତ କୁମାର ତ୍ରିପାଠୀଙ୍କୁ ହାଜର ହେବାକୁ ନୋଟିସ କରିଛନ୍ତି । ଅଭିଯୋଗକାରୀ କୋରେଇ ଥାନା ଅନ୍ତର୍ଗତ କୁଅାଁରଦା ଗ୍ରାମର ସ୍ୱର୍ଗତ ପିତାମ୍ବର ନାୟକଙ୍କ ପୁଅ ନିକୁଞ୍ଜ ବିହାରୀ(୪୦)ଙ୍କ ଅଭିଯୋଗକୁ କୋର୍ଟ ଗ୍ରହଣ କରି ଆସନ୍ତାମାସ ୪ତାରିଖରେ ହାଜର ହେବାକୁ ସମନ କରିଛନ୍ତି । କୋର୍ଟ ମାମଲା ନଂ୨୦୧/୨୪ ମତେ ଚଳିତ ବର୍ଷ ଜୁନ ମାସରେ ନିକୁଞ୍ଜ ବିହାରୀଙ୍କ ଗ୍ରାମରେ ବିଦୁ୍ୟତ ଘଟଣାକୁ ନେଇ ବିବାଦ ଉପୁଜିଥିଲା । ଏନେଇ କୋରେଇ ଥାନା ଏଏସ୍ଆଇ ପ୍ରଶାନ୍ତ କୁମାର ସଦଳବଳେ ରାତି ୩ଟାରେ ଉକ୍ତ ଗ୍ରାମରେ ପହଞ୍ଚି ନିକୁଞ୍ଜଙ୍କ କବାଟ ପିଟିଥିଲେ । ନିକୁଞ୍ଜଙ୍କ ପତ୍ନୀ ନିବେଦିତା କବାଟ ଖୋଲିବା କ୍ଷଣି ଏଏସଆଇ ପ୍ରଶାନ୍ତ ଖରାପ ଭାଷାରେ ଗାଳିଗୁଲଜ କରିବା ସହ ନିକୁଞ୍ଜ କୁଆଡ଼େଗଲା ଡାକ ବୋଲି କହିଥିଲେ । ଘରେ ପସି ରୋଗରେ ପଡ଼ି ଘରେ ଶୋଇଥିବା ନିକୁଞ୍ଜକୁ ଏଏସ୍ଆଇ ପ୍ରଶାନ୍ତ ଲାଠିରେ ପିଟିବା ସହ ଘୋଷାରି ବାହାରକୁ ଆଣିଥିଲେ । ପତ୍ନୀ ଅଟକାଇବା ସହ ମୋ ସ୍ୱାମୀକୁ କାହିଁକି ମାରୁଛ ବୋଲି ପଚାରିଥିଲେ ହେଁ ତାଙ୍କୁ ଠେଲା ପେଲା କରି ନିକୁଞ୍ଜକୁ ପୁଲି ଗାଡ଼ିରେ ବସାଇ ନେଇଯାଇଥିଲେ । ପୁଲିସ ନିକୁଞ୍ଜକୁ ନେଇଯାଇଥିବା ବେଳେ ଗୋଲେଇ ଛକରେ କାହା ଫୋନ ପାଇ ଫେରିଥିଲା । ନିକୁଞ୍ଜକୁ ତା ଘର ପାଖ ଛାଡ଼ିବା ବେଳେ ତଣ୍ଟିଆ ବିଧା ଦେବା ସହ ପତ୍ନୀ ଧରିଥିବା ମୋବାଇଲ ଛଡ଼ାଇ ନେଇଯାଇଥିଲେ । ଉଭୟ ଦମ୍ପତ୍ତି ଏଏସ୍ଆଇଙ୍କ ବିରୁଦ୍ଧରେ ଅଭିଯୋଗ କରିବାକୁ କୋରେଇ ଥାନାରେ ପହଞ୍ଚିଥିଲେ ହେଁ ପୁଲିସ କିଛି ଶୁଣିନଥିଲା । ନିରାଶ ନିକୁଞ୍ଜ ୧୮ତାରିଖ ଦିନ ଯାଜପୁର ରୋଡ଼ କୋର୍ଟର ଆଶ୍ରୟ ନେଇଥିଲେ । କୋର୍ଟ ମୁଦେଇ ଓ ସାକ୍ଷୀଙ୍କ କଥା ଶୁଣିବା ପରେ ଗୁରୁତର ସହନେଇଥିଲେ । ମାମାଲା କରିବା ପୂର୍ବରୁ କୋର୍ଟ ସେକସନ ୧୯୭ରେ ଏସପିଙ୍କ ଠାରୁ ସାଙ୍କସନ ମାଗିଥିଲେ । ହେଲେ ଏସପିଙ୍କ କାର୍ଯ୍ୟାଳୟରୁ କୌଣସି ଉତ୍ତର ନଆସିବାରୁ କୋର୍ଟ ଏଏସଆଇ ପ୍ରଶାନ୍ତଙ୍କ ବିରୁଦ୍ଧରେ ୩୨୩, ୨୯୪, ୫୦୬ରେ ଦଫା ଲଗାଇ ମାମଲା କରିବା ସହ ତା୪ା୧୧ା୨୪ରେ ହାଜର ହେବାକୁ ସମନ କରିଛନ୍ତି । ମୁଦେଇଙ୍କ ପକ୍ଷରୁ ଆଇନଜୀବୀ ଜଗନ୍ନାଥ ପ୍ରସାଦ ପତି ମାମଲା ପରିଚାଳନା କରୁଛନ୍ତି । ମୁଦାଲା ପ୍ରଶାନ୍ତଙ୍କ ବିରୁଦ୍ଧରେ ପୂର୍ବରୁ ସାମ୍ବାଦିକଙ୍କୁ ଦୃବ୍ୟବହାର, ଥାନାକୁ ଆସୁଥିବା ଅଭିଯୋଗକାରୀଙ୍କୁ ହଇରାଣ ହରକତ କରୁଥିବାର ଅଭିଯୋଗ ରହିଛି ।