ବାଇକ ଚୋର କୋର୍ଟଚାଲାଣ

 ଯାଜପୁର ଟାଉନ:  ଗୁରୁବାର ଯାଜପୁର ପୁଲିସ ଦୁଇ ବାଇକ ଚୋରକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଘଟଣାରୁ ପ୍ରକାଶ ଯାଜପୁର ଥାନା ଅନ୍ତର୍ଗତ ଏନସି କଲେଜ ପାଖରେ ଏକ ଫାଷ୍ଟଫୁଡ୍ ଦୋକାନର ମାଲିକ ବୈଦ୍ୟରାଜପୁର ଗ୍ରାମର ଆଶିଷ କୁମାର ବେହେରା ତା’ର ଦୋକାନ ପାଖରେ ରଖିଥିବା ଓଡି୦୫-ସିବି-୧୦୨୨ ନଂ ନାଲି ରଙ୍ଗର ପଲ୍ସର ଚୋରି ହୋଇଯାଇଥିବା ନେଇ ଗତ ୧୬ତାରିଖ ଅଭିଯୋଗ କରିଥିଲେ । ଏତଲାକୁ ଭିତିକରି ଯାଜପୁର ଥାନା ଅଧିକାରୀ ଥାନା କେସ୍ ନଂ୩୮୪/୨୫ ମୁତାବକ କେସ୍ ରୁଜୁ କରି ଏ.ଏସ.ଆଇ ପ୍ରମୋଦ କୁମାର ବେହେରାଙ୍କୁ ତଦନ୍ତ ଦାୟୀତ୍ୱ ଦିଆଯାଇଥିଲା । ବୁଧବାର ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଚୋରୀ ହୋଇଯାଇଥିବା ଗାଡି ଦେଖିବାକୁ ପାଇଥିଲେ । ସେଠାରେ କଟକ ଜିଲ୍ଲା ଭଦ୍ରେଶ୍ୱର ଥାନା ଅନ୍ତର୍ଗତ ବେଗୁନିଆପଡା ଗ୍ରାମର ଶିବୁ ଦାସ (୨୦) ଓ ବିଂଝାରପୁର ଥାନା ଅର୍ନ୍ତଗତ ମଇନ୍ଦା ଲେଙ୍କାସାହି ଗ୍ରାମର ସୁରେଶ ଓରଫ ହରି ଦାସ (୨୪) ଗାଡିଟିକୁ ଚୋରୀ କରିଥିବା ନେଇ ଜାଣି ପାଇଥିଲେ । ପୁଲିସ ଏହି ୨ ଜଣକୁ ଗିରଫ କରି  କୋର୍ଟ ଚାଲାଣ କରିଛି ।