‘ନିର୍ମାଣ ହେବ ଶ୍ରୀକ୍ଷେତ୍ର ବ୍ରାହ୍ମଣ ଭବନ’

ଭଦ୍ରକ : ଓଡ଼ିଶା ବ୍ରାହ୍ମଣ ମହାସଂଘ ପକ୍ଷରୁ ପୁରୀରେ ଶ୍ରୀକ୍ଷେତ୍ର ବ୍ରାହ୍ମଣଭବନ ନିର୍ମାଣ ଉଦେ୍ଦଶ୍ୟରେ ଭଦ୍ରକ ଶାଖା ପକ୍ଷରୁ ସହଯୋଗ କରିଥିବା ବ୍ରାହ୍ମଣ ବନ୍ଧୁମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଜିଲ୍ଲା ସଭାପତି ମନ୍ଦରଧର ଦୀକ୍ଷିତଙ୍କ ସଭାପତିତ୍ୱରେ ସରସ୍ୱତୀ ବିହାର ଠାରେ ଆୟୋଜିତ ଆଦର୍ଶ ଶିକ୍ଷକ ଅଭିମନୁ୍ୟ ଦୀକ୍ଷିତଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ରାଷ୍ଟ୍ରପତି ସମ୍ମାନିତ ପଣ୍ଡିତ ଭାଗୀରଥି ନନ୍ଦଶର୍ମା ଯୋଗଦେଇ ରାଷ୍ଟ୍ର ଓ ରାଷ୍ଟ୍ରଧର୍ମର ମୂଳରେ ଥିବା ବ୍ରାହ୍ମଣମାନଙ୍କର ସଂଗଠନ ଉପରେ ଗୁରୁତ୍ୱ ଆରୋପ କରିଥିଲେ । ମୁଖ୍ୟବକ୍ତା ଭାବେ ପଣ୍ଡିତ କୃଷ୍ଣଚନ୍ଦ୍ର ପତ୍ରୀ ସମଗ୍ର ଓଡ଼ିଶାରେ ବ୍ରାହ୍ମଣ ସଂଗଠନର ସ୍ଥିତି ଉପରେ ଆଲୋକପାତ କରିଥିଲେ । ରାଜ୍ୟ ସଭାପତି ଡ଼. ସଦାନନ୍ଦ ଦୀକ୍ଷିତଃ ପୁରୀ ଠାରେ ନିର୍ମାଣଧୀନ ବ୍ରାହ୍ମଣଭବନ ପାଇଁ ଭଦ୍ରକ ଜିଲ୍ଲାରୁ ପ୍ରଭୂତ ସହଯୋଗ କରିଥିବା ଶ୍ରୀମତୀ ବୀଣାପାଣି ପାଢ଼ୀ, ପ୍ରତାପ ଚନ୍ଦ୍ର ପଣ୍ଡା, ପ. ଭାଗୀରଥି ନନ୍ଦଶର୍ମା, ଶ୍ରୀକାନ୍ତ ପାଢ଼ୀ, ବିନୋଦ ଚନ୍ଦ୍ର ଦାଶ, ଡ଼. ବ୍ରଜମୋହନ ମିଶ୍ର, ଡ଼. ମଦନମୋହନ ଦାଶ, ସୁବାସ ଚନ୍ଦ୍ର ଦାଶ, ଡ଼. ନିତ୍ୟାନନ୍ଦ ମିଶ୍ର, ମନୋଜ କୁମାର ଆଚାର୍ଯ୍ୟ, ଉଦୟ ନାରାୟଣ ନନ୍ଦ , ରାଜେନ୍ଦ୍ର ପ୍ରସାଦ ପାଢ଼ୀ, କଳ୍ପତରୁ ଉଦ୍ଗାତାକୁ କୃତଜ୍ଞତା ଅର୍ପଣ କରିଥିଲେ ।