କୁଲଗାମରେ ଏନକାଉଣ୍ଟର : ୨ ଆତଙ୍କୀ ନିହତ, ୨ ଯବାନ ସହିଦ

ଶ୍ରୀନଗର  :   ଜମ୍ମୁ ଓ କାଶ୍ମୀରର କୁଲଗାମ ଜିଲ୍ଲାର ଗୁଡ୍ଡର ଅଞ୍ଚଳରେ ଏକ ଏନକାଉଣ୍ଟର ସମୟରେ ୨ଜଣ ଆତଙ୍କବାଦୀ ନିହତ ହୋଇଛି । ୨ ଜଣ ଯବାନ ସହିଦ ହୋଇଛନ୍ତି ।
ସେନାର ସୂଚନା ଅନୁଯାୟୀ, ପୁଲିସର ନିର୍ଦ୍ଦିିଷ୍ଟ ଗୁଇନ୍ଦା ସୂଚନା ଆଧାରରେ ଆଜି ଦକ୍ଷିଣ କାଶ୍ମୀରର କୁଲଗାମ ଜିଲ୍ଲାର ଗୁଡ୍ଡର ଜଙ୍ଗଲରେ ସେନା, ପୁଲିସ ଓ  ସିଆରପିଏଫ ଯବାନମାନଙ୍କ ଦ୍ୱାରା ଏକ ମିଳିତ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା । ସର୍ଚ୍ଚ ଅପରେସନ ସମୟରେ ଯବାନମାନେ ସନେ୍ଦହଜନକ କାର୍ଯ୍ୟକଳାପ ଦେଖିଥିଲେ ଓ ସେମାନଙ୍କୁ ଚ୍ୟାଲେଞ୍ଜ କରାଯିବା ପରେ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ । ଏହାର ଜବାବରେ ଯବାନମାନେ ପାଲଟା ଗୁଳି ଚଳାଇଥିଲେ । ଗୁଳିବିନିମୟରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଗୁଳିବିନିମୟରେ ୨ ଜଣ ଯବାନ ସହିଦ ହୋଇଛନ୍ତି । ସର୍ଚ୍ଚ ଅପରେସନ ଏବେ ବି ଚାଲୁ ରହିଛି । ଅତିରିକ୍ତ ଯବାନଙ୍କୁ ଉକ୍ତ ଅଞ୍ଚଳକୁ ପଠାଯାଇଛି ।