ବିହାର ଏସଆଇଆର ଭୋଟର ତାଲିକା ପାଇଁ ଆଧାର ବୈଧ
 ନୂଆଦିଲ୍ଲୀ  :  ବିହାରରେ ଭୋଟର ତାଲିକା ସଂଶୋଧନକୁ ନେଇ ଚାଲିଥିବା ବିବାଦ ଭିତରେ  ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । ସର୍ବୋଚ୍ଚ କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ସଂଶୋଧିତ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କିମ୍ବା ବାଦ ଦେବା ଉଦେ୍ଦଶ୍ୟରେ ପରିଚୟ ପତ୍ର ପାଇଁ ଆଧାରକୁ ଏକ ଦଲିଲ ଭାବରେ ଗ୍ରହଣ କରାଯିବ । ଆହୁରି ମଧ୍ୟ ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜୟମାଲ୍ୟ ବାଗଚୀଙ୍କ ଖଣ୍ଡପୀଠ ନିଦେ୍ର୍ଦଶ ଦେଇଛନ୍ତି ଯେ ଭୋଟର ପଞ୍ଜିକରଣ ଢାଞ୍ଚା ଅଧୀନରେ ଗ୍ରହଣୀୟ ପରିଚୟ ପ୍ରମାଣ ତାଲିକାରେ ଆଧାରକୁ ଦ୍ୱାଦଶ ଦଲିଲ ଭାବରେ ବିବେଚନା କରାଯିବ । ଏହି ଅନ୍ତର୍ଭୁକ୍ତି ଜନ ପ୍ରତିନିଧିତ୍ୱ ଆଇନ, ୧୯୫୦ ଅନ୍ତର୍ଗତ ବ୍ୟବସ୍ଥା ସହିତ ସମନ୍ୱିତ, ଯାହା ଭୋଟରଙ୍କ ପରିଚୟ ପ୍ରତିଷ୍ଠା କରିବାରେ ବିଭିନ୍ନ ଦଲିଲ ବ୍ୟବହାର କରିବାକୁ ଅନୁମତି ଦିଏ ।
ତଥାପି କୋର୍ଟ ପରିଚୟ ଓ ନାଗରିକତା ମଧ୍ୟରେ ଏକ ସ୍ପଷ୍ଟ ଆଇନଗତ ପାର୍ଥକ୍ୟ ଆଣିିଛନ୍ତି । ଗୁରୁତ୍ୱାରୋପ କରିଛନ୍ତି ଯେ ଆଧାର ପରିଚୟ ପତ୍ର ଭାବରେ  ସାହାଯ୍ୟ କରିପାରେ, କିନ୍ତୁ ଏହାକୁ ଭାରତୀୟ ନାଗରିକତାର ପ୍ରମାଣ ଭାବରେ ବ୍ୟବହାର କରାଯାଇପାରିବ ନାହିଁ । ଆଧାର ଆଇନ ଓ ପ୍ରାସଙ୍ଗିକ ବୈଧାନିକ ବ୍ୟବସ୍ଥାକୁ ଉଦ୍ଧୃତ କରି କୋର୍ଟ ପୁନର୍ବାର କହିଛନ୍ତି, "ଆମେ ସ୍ପଷ୍ଟ କରୁଛୁ ଯେ ଆଧାର କାର୍ଡ ନାଗରିକତାର ପ୍ରମାଣ ନୁହେଁ ଓ ଏହାକୁ ନାଗରିକତାର ପ୍ରମାଣ ଭାବରେ ଗ୍ରହଣ କରାଯିବ ନାହିଁ ।’ ଭୋଟର ପଞ୍ଜିକରଣ ପ୍ରକ୍ରିୟାରେ ସାମିଲ କର୍ତ୍ତୃପକ୍ଷ ମଧ୍ୟ ଆଧାର କାର୍ଡର ସତ୍ୟତା ଯାଞ୍ଚ କରିବାକୁ ସ୍ୱାଧୀନତା ପାଇବେ, ଯେପରି ସେମାନେ ଅନ୍ୟ କୌଣସି ଦାଖଲ ହୋଇଥିବା ପରିଚୟ ପତ୍ର ସହିତ କରିବେ । "ଆଧାର କାର୍ଡକୁ କର୍ତ୍ତୃପକ୍ଷଙ୍କ ଦ୍ୱାରା ଦ୍ୱାଦଶ ଡକୁ୍ୟମେଣ୍ଟ ଭାବରେ ବିବେଚନା କରାଯିବ । ତଥାପି, ଏହା ସ୍ପଷ୍ଟ କରାଯାଇଛି ଯେ କର୍ତ୍ତୃପକ୍ଷମାନେ ଆଧାର କାର୍ଡର ପ୍ରାମାଣିକତା ଏବଂ ପ୍ରକୃତତା ଯାଞ୍ଚ କରିବାକୁ ହକଦାର ହେବେ । ଏହାକୁ ନାଗରିକତାର ପ୍ରମାଣ ଭାବରେ ଗ୍ରହଣ କରାଯିବ ନାହିଁ । ଭାରତୀୟ ନିର୍ବାଚନ କମିଶନ ଏନେଇ ନିଦେ୍ର୍ଦଶ ଜାରି କରିବେ ବୋଲି କୋର୍ଟ କହିଛନ୍ତି ।                        
 
 Rasmita Behera
                                    Rasmita Behera                                 
    
             
    
             
    
             
    
 
    
 
 
 
