ଜମ୍ମୁରେ ୩ ଓଡ଼ିଆଙ୍କ ମୃତ୍ୟୁ 

ଜମ୍ମୁରେ ୩ ଓଡ଼ିଆଙ୍କ ମୃତ୍ୟୁ 

ଭୁବନେଶ୍ୱର : ଜମ୍ମୁ-କାଶ୍ମୀର ସ୍ଥିତ ମା' ବୈଷ୍ଣଦେବୀଙ୍କ ଦର୍ଶନ କରିବାକୁ ଯାଇଥିବାବେଳେ ୪ଜଣ ଓଡ଼ିଆ ତୀର୍ଥଯାତ୍ରୀ ଜମ୍ମୁର କାତ୍ରାଠାରେ ସଡ଼କ ଦୁର୍ଘଟଣାର ଶିକାର ହୋଇଛନ୍ତି । ସେଥିମଧ୍ୟରୁ ୩ ଜଣ ଓଡ଼ିଆ ତୀର୍ଥଯାତ୍ରୀ ମୃତ୍ୟୁବରଣ କରିଛନ୍ତି । ମୃତ ତୀର୍ଥଯାତ୍ରୀ ହେଉଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ତରଭାର ବିଚିତ୍ର କୁମାର ସାହୁ, ଯୋଗେନ୍ଦ୍ର ମଟାରୀ ଓ କବିତା ସାହୁ । ଚତୁର୍ଥ ତୀର୍ଥଯାତ୍ରୀ ସୁବର୍ଣ୍ଣପୁର ଜିଲ୍ଲାର ସ୍ନେହଲତା ମଟାରୀଯେ କି ଗୁରୁତର ଭାବେ ଆହତ ହୋଇ ଜମ୍ମୁରେ ଚିକିତ୍ସିତ ହେଉଛନ୍ତି । ନୂଆଦିଲ୍ଲୀ ସ୍ଥିତ ଓଡ଼ିଶା ସରକାରଙ୍କ ମୁଖ୍ୟ ଆବାସିକ ଆୟୁକ୍ତଙ୍କ କାର୍ଯ୍ୟାଳୟ, ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ଓ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ମୃତ୍ୟୁବରଣ  କରିଥିବା ୩ଜଣ ତୀର୍ଥଯାତ୍ରୀଙ୍କ ମୃତ ଶରୀରକୁ ଓଡ଼ିଶାକୁ ଫେରାଇଆଣିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି । ଏଥିସହ ଜମ୍ମୁରେ ଚିକିତ୍ସିତ ହେଉଥିବା ଆହତ ତୀର୍ଥଯାତ୍ରୀଙ୍କୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରାଯାଉଛି ।