ବିସ୍ଥାପିତ ମହିଳାଙ୍କୁ ଆତ୍ମନିର୍ଭରଶୀଳ କରୁଛି ଉକ୍ରଳ ଆଲୁମିନା
ରାୟଗଡା: ରାୟଗଡ଼ା ଜିଲ୍ଲା ଟିକିରି ଦୋରଗୁଡ଼ା ସ୍ଥିତ ଉକôଳ ଆଲୁମିନା, ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗୃପର ସହଯୋଗୀ କମ୍ପାନୀ ପକ୍ଷରୁ ନୂଆପଡା ଠାରେ ଫିନାଇଲ ତିଆରି ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟିତ ହୋଇଯାଇଛି । କାର୍ଯ୍ୟକ୍ରମରେ କମ୍ପାନୀର ସିଇଓ ସୌରଭ ଖେଡ଼କର, କ୍ଲଷ୍ଟର ମାନବ ସମ୍ବଳ ମୁଖ୍ୟ ଡ. କ୍ରୀଷ୍ଣା ପାଢ଼ୀ ଓ କାରଖାନା ମୁଖ୍ୟ ରବି ନାରାୟଣ ମିଶ୍ର ଯୋଗଦେଇ ଉଦ୍ଘାଟନ କରିଥିଲେ । ଉକ୍ରଳ ଆଲୁମିନା ପକ୍ଷରୁ ଏହି ଫିନାଇଲ ତିଆରି ୟୁନିଟ ସ୍ଥାପନ ହୋଇଥିବା ବେଳେ ଏହାଦ୍ୱାରା କମ୍ପାନୀ ତରଫରୁ ଆର୍ଆର ୧ କଲୋନୀର ୭୪ଜଣ ବିସ୍ଥାପିତ ପରିବାରର ମହିଳାଙ୍କୁ ଆର୍ଥôକ ସ୍ୱାବଲମ୍ବୀ ହେବା ନିମନ୍ତେ ତାଲିମ ପ୍ରଦାନ ଆରମ୍ଭ କରାଯଇଛି । କମ୍ପାନୀ ତରଫରୁ ସମସ୍ତ ବିସ୍ଥାପିତ ପରିବାରର ମହିଳା ସଦସ୍ୟାଙ୍କୁ ପ୍ରଥମ ପର୍ଯ୍ୟାୟରେ ଆନୁସଙ୍ଗିକ ସୁବିଧା ଯୋଗାଇଥିବା ବେଳେ, ସେମାନଙ୍କୁ ଫିନାଇଲ ତିଆରି କୌଶଳ ପ୍ରଦାନ କରାଯାଇଛି । ଏଥିସହିତ ତିଆରି ହୋଇଥିବା ଫିନାଇଲକୁ ସ୍ଥାନୀୟ ବଜାରରେ ବିକ୍ରୟ ସକାଶେ କମ୍ପାନୀ ପକ୍ଷରୁ ସମସ୍ତ ସୁଯୋଗ ପ୍ରଦାନ କରାଯିବ ନେଇ ବ୍ୟବସ୍ଥା ହୋଇଛି । ମହିଳାଙ୍କୁ ଆତ୍ମନିର୍ଭରଶୀଳ ପାଇଁ କମ୍ପାନୀ ତରଫରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ, ପ୍ରଥମ ପର୍ଯ୍ୟାୟରେ ଫିନାଇଲ ତିଆରି ପାଇଁ ଆବଶ୍ୟକ ସାମଗ୍ରୀ ଓ ପ୍ରଶିକ୍ଷକ ସନ୍ତୋଷ ନନ୍ଦଙ୍କୁ ନିୟୋଜିତ କରାଯାଇଛି । ଫିନାଇଲ ତିଆରି ପ୍ରଶିକ୍ଷଣରେ ମହିଳାମାନେ ଉତ୍ସାହ ସହକାରେ ଯୋଗ ଦେଇ ପ୍ରସ୍ତୁତି କାର୍ଯ୍ୟରେ ଅଂଶ ଗ୍ରହଣ କରିଥିବା ବେଳେ ଦୈନିକ ୫୦୦ ଲିଟରରୁ ଅଧିକ ପରିମାଣର ଫିନାଇଲ ତିଆରି ପାଇଁ ଲକ୍ଷ ଧାର୍ଯ୍ୟ କରାଯାଇଛି । ସମ୍ପ୍ରତି କମ୍ପାନୀ ପକ୍ଷରୁ ମହିଳାଙ୍କୁ ଏଭଳି ଆତ୍ମନିର୍ଭଶୀଳ ସକାଶେ ପଦକ୍ଷେପ ଗ୍ରହଣ କରିଥିବାରୁ ଅଞ୍ଚଳବାସୀ ଖୁସିବ୍ୟକ୍ତ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ କାରଖାନା ଅର୍ଥ ବିଭାଗ ମୁଖ୍ୟ ଭାସ୍କର ବାନେରଜୀ, ମାନବସମ୍ବଳ ପ୍ରମୁଖ ବିଜୟ କୁମୁରା, ସିଏସଆର ମୁଖ୍ୟ ଲୋପାମୁଦ୍ରା ମିଶ୍ର, ଆଇଆର ମୁଖ୍ୟ କିରଣ ନାୟକ ଓ କର୍ପୋରେଟ ଆଫଏର, ଲୋକ ସମ୍ପର୍କ ବିଭାଗ ସାଧାରଣ ପରିଚାଳକ ପିତାମ୍ବର ବେହେରା ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ଏସଏଚଏମ ଆର ଓ ଆର ବିଭାଗୀୟ ମୁଖ୍ୟ ବେଲକର ନାଏକଙ୍କ ତତ୍ୱାବଧାନରେ ଆୟୋଜିତ ହୋଇଥିବା ବେଳେ ବିଭାଗର ଅନ୍ୟ କର୍ମକର୍ତା ସହଯୋଗ କରିଥିଲେ ।