ଆଦାନୀ ପୋର୍ଟସ ଏବଂ ଏସ୍ଇଜେଡ୍ ପକ୍ଷରୁ ‘କନେକ୍ଟ ୨.୦’ ଆୟୋଜିତ
ଭୁବନେଶ୍ୱର : ପୂର୍ବ ଭାରତର ଅଗ୍ରଣୀ ବନ୍ଦର ଲଜିଷ୍ଟିକ୍ସ କମ୍ପାନୀ, ଆଦାନୀ ପୋର୍ଟସ ଏବଂ ସ୍ୱତନ୍ତ୍ର ଅର୍ଥନୈତିକ ଜୋନ୍ (ଏପିଏସ୍ଇଜେଡ୍) ପକ୍ଷରୁ ‘କନେକ୍ଟ ୨.୦’ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ‘ଟୁଗେଦର୍ସ ଟୁୱାର୍ଡସ ଟୁମୋରୋ’ ଶୀର୍ଷକ ଉପରେ ପର୍ଯ୍ୟବେଷିତ ଥିଲା । ଏଥିରେ ଓଡିଶା, ପଶ୍ଚିମବଙ୍ଗ, ଝାରଖଣ୍ଡ, ଛତିଶଗଡ ରାଜ୍ୟରୁ ପୋର୍ଟକୁ ସହଯୋଗ କରୁଥିବା ସମନ୍ୱିତ ମଲ୍ଟି-ମୋଡାଲ ଲଜିଷ୍ଟିକ୍ କମ୍ପାନୀ, ରେଳବାଇ, ଟ୍ରକ୍ ନେଟ୍ୱର୍କ ପ୍ରମୁଖ ନୌବାଣିଜି୍ୟକ ପ୍ରତିଷ୍ଠାନଗୁଡିକ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ଧାମରା ପୋର୍ଟ, ଗୋପାଳପୁର ପୋର୍ଟ ଏବଂ ହଳଦିଆ ଟର୍ମିନାଲର ମିଳିତ ଶକ୍ତିକୁ ପ୍ରଦର୍ଶିତ କରିଥିଲା । ଧାମରା ପୋର୍ଟ ୫୦ ଏମ୍ଏମ୍ଟିପିଏ ରୁ ୨୦୩୦ ଏବଂ ୨୦୪୦ ସୁଦ୍ଧା ଯଥାକ୍ରମେ ୧୦୦ ଏମ୍ଏମ୍ଟିପିଏ ୨୦୦ ଏମ୍ଏମ୍ଟିପିଏ, ଗୋପାଳପୁର ପୋର୍ଟ ୨୫ ଏମ୍ଏମ୍ଟିପିଏ, ନଭେମ୍ବର ୪ ରୁ କାର୍ଯ୍ୟକ୍ଷମ ହେବାକୁ ଯାଉଥିବା ହଳଦିଆ ଟର୍ମିନାଲ ୪ ଏମ୍ଏମ୍ଟିପିଏ ବନ୍ଦରଗୁଡିକ ମିଳିତ ଭାବରେ ବାର୍ଷିକ ୧୩୦ ନିୟୁତ ମେଟ୍ରିକ୍ ଟନ୍ (ଏମ୍ଏମ୍ଟିପିଏ) ବ୍ୟବସାୟ ପରିଚାଳନା ବ୍ୟବସାୟିକ ଅଭିବୃଦ୍ଧି ଲକ୍ଷ୍ୟ ରଖାଯାଇଛି । ଧାମରା ଏବଂ ଗୋପାଳପୁର ପୋର୍ଟର କ୍ଷମତା ଏବଂ ଦକ୍ଷତା ବୃଦ୍ଧି ପାଇଁ ଯୋଜନା କରାଯାଇଥିବା ଆଦାନୀ ଗ୍ରୁପ ଦ୍ୱାରା ଗୁରୁତ୍ୱପୂର୍ଣ୍ଣ ନିବେଶ ବିଷୟରେ ପୋର୍ଟ ସହ ପ୍ରତ୍ୟେକ୍ଷ ଭାବେ ବାଣିଜ୍ୟ କାରବାର କରୁଥିବା କମ୍ପାନୀଗୁଡିକୁ ଅବଗତ କରାଯାଇଥିଲା । ଏହି ସମ୍ମିଳନୀରେ ଗ୍ରାହକ ଓ ନୌବାଣିଜି୍ୟକ ବ୍ୟବସାୟିକ ପ୍ରତିଷ୍ଠାନଗୁଡିକ ମଧ୍ୟରେ ଅଦ୍ଭୁତପୂର୍ବ ଉସôାହ ଦେଖିବାକୁ ମିଳିଥିଲା ଯାହା ଏପିଏସ୍ଇଜେଡ୍ର ଗ୍ରାହକ-କୈନ୍ଦି୍ରକ ଆଭିମୁଖ୍ୟକୁ ପୁନରାବୃତ୍ତି କରିଥିଲା ।