ବରଗଡ଼ ଛାତ୍ରୀଙ୍କ ଦେହରେ ନିଆଁ ଲଗାଇ ହତ୍ୟା: ପେଟ୍ରୋଲ ଦୋକାନୀ ଗିରଫ

ବରଗଡ଼ ଫିରିଙ୍ଗିମାଲରେ ୮ମ ଶ୍ରେଣୀ ଛାତ୍ରୀଙ୍କ ଦେହରେ ନିଆଁ ଲଗାଇ ହତ୍ୟା କରିବା ଘଟଣାରେ ବରଗଡ଼ ପୋଲିସ ପେଟ୍ରୋଲ ଦୋକାନୀଙ୍କୁ ଗିରଫ କରିଛି । ଛାତ୍ରୀ ଜଣଙ୍କ ଶୌଚ ହେବାକୁ ଯାଉଥିବାବେଳେ ତାଙ୍କ ଦେହରେ ଅନ୍ୟ ଜଣେ ଝିଅ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିବା ମୃତ ଛାତ୍ରୀ ନିଜ ଜମାନବନ୍ଦୀରେ କହିଥିଲେ ।ଗୁରୁତର ଅବସ୍ଥାରେ ପୀଡ଼ିତାଙ୍କୁ ପ୍ରଥମେ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିବାବେଳେ ପରେ ତାଙ୍କୁ ବୁର୍ଲା ଡାକ୍ତରଖାନା ନିଆଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା । ପୀଡ଼ିତାଙ୍କୁ କିଏ କ’ଣ ପାଇଁ ହତ୍ୟା କରିଛି ତା’ର ତଦନ୍ତ ବରଗଡ଼ ପୋଲିସ କରୁଥିବାବେଳେ ଆଜି ପେଟ୍ରୋଲ ଦୋକାନୀକୁ ପୋଲିସ ଗିରଫ କରିଛି ।