ଦେଶର କୋଟି କୋଟି କୃଷକ ପିଏମ୍ କିଷାନ ଯୋଜନାର ୨୦ତମ କିସ୍ତିର ଅପେକ୍ଷାରେ ଅଛନ୍ତି। ଜୁନରେ ଏହି ଟଙ୍କା ଆସିବାର ଥିଲା, ହେଲେ ଏଥର ସେଥିରେ ବିଳମ୍ବ ହୋଇଛି। ଏହି ଯୋଜନାରେ ଗରିବ କୃଷକମାନଙ୍କୁ ପ୍ରତିବର୍ଷ ୬୦୦୦ ଟଙ୍କାର ଆର୍ଥିକ ସହାୟତା ମିଳିଥାଏ। ୪ ମାସ ବ୍ୟବଧାନରେ ଏହି ଟଙ୍କା ୨୦୦୦ ଟଙ୍କା ଲେଖାଏ ମିଳିଥାଏ। ଏହି ଟଙ୍କା ନିୟମିତ ବ୍ୟବଧାନରେ ମିଳିବା ପାଇଁ କିଛି କାମ କରିବା ଜରୁରୀ। ଯଦି ଆପଣଙ୍କ କଓ୍ବୋଇସି ଅପ୍ଡେଟ୍୍ ନାହିଁ, ନଚେତ ମୋବାଇଲ ନମ୍ବର ଅପ୍ଡେଟ୍ ନାହିଁ ତେବେ ଏହା ବିଳମ୍ବ ହୋଇପାରେ। ଆସନ୍ତୁ ଜାଣିବା…
ଯଦି ଆପଣଙ୍କୁ ପିଏମ୍ କିଷାନ ଯୋଜନାର ଲାଭ ମିଳିଥାଏ ତେବେ ଯଥାଶୀଘ୍ର ପିଏମ୍ କିଷାନ ପୋର୍ଟାଲ ନଚେତ ନିକଟତମ ସିଏସ୍ସି(କମନ୍ ସର୍ଭିସ ସେଣ୍ଟର) ଜରିଆରେ ନିଜର କଓ୍ବୋଇସି ପୂରଣ କରନ୍ତୁ।
ପିଏମ୍ କିଷାନ ଓ୍ବେବସାଇଟ୍ ଅନୁସାରେ,ଏଥିପାଇଁ ରେଜିଷ୍ଟର୍ଡ କିଷାନ ପାଇଁ ଇ-କଓ୍ବୋଇସି ଅନିବାର୍ଯ୍ୟ। ଓଟିପି ଇ-କଓ୍ବୋଇସି ପିଏମ୍ କିଷାନ ପୋର୍ଟାଲରେ ଉପଲବ୍ଧ ନଚେତ ବାୟୋମେଟ୍ରିକ ଆଧାରିତ ଇ-କଓ୍ବୋଇସି ଲାଗି ନିକଟତମ ସିଏସ୍ସି କେନ୍ଦ୍ର ସମ୍ପର୍କ କରାଯାଇପାରିବ।
ପିଏମ୍ କିଷାନ ଯୋଜନା ଲାଗି ମୋବାଇଲ ନମ୍ବର ଅପ୍ଡେଟ୍:
-ଆଧିକାରିକ ଓ୍ବେବ୍ସାଇଟ୍ http://pmkisan.gov.in କୁ ଯାଆନ୍ତୁ
-ହୋମ୍ପେଜ୍ ‘Farmer corner’ ଅପଶନକୁ ଯାଆନ୍ତୁ।
-ମୋବାଇଲ ନମ୍ବର ଅପଡେଟ୍ କରନ୍ତୁ ଅର୍ଥାତ ଡିଟେଲ୍ ଅପ୍ଡେଟ୍ କରିବା ଦ୍ୱାରା ସମ୍ବନ୍ଧିତ ବିକଳ୍ପ କ୍ଲିକ୍ କରନ୍ତୁ।
-ରେଜିଷ୍ଟ୍ରେଶନ ନମ୍ବର ଅର୍ଥାତ ଆଧାର ନମ୍ବର ଜରିଆରେ ନିଜର ଡିଟେଲ୍ ଖୋଜନ୍ତୁ
-ଦିଆଯାଇଥିବା ଫିଲ୍ଡରେ ନିଜର ପଞ୍ଜିକରଣ ନମ୍ବର ଅର୍ଥାତ ଆଧାର ନମ୍ବର ଦାଖଲ କରନ୍ତୁ।
-ସ୍କ୍ରିନରେ ଦେଖାଯାଇଥିବା କ୍ୟାପ୍ଚା କୋଡ ଦାଖଲ କରନ୍ତୁ
-ଏବେ ସବ୍ମିଟ୍ ଉପରେ କ୍ଲ୍ିକ୍ କରନ୍ତୁ
-ସବ୍ମିଟ୍ କରିବା ପରେ ନିଜର ମୋବାଇଲ ନମ୍ବର ଅପ୍ଡେଟ୍ ଅଥବା ସଠିକ୍ କରିବା ସ୍କ୍ରିନରେ ଦିଆଯାଇଥିବା ନିର୍ଦ୍ଦେଶ ପାଳନ କରନ୍ତୁ।
ପିଏମ୍ କିଷାନ ଯୋଜନା ଲାଗି ବେନିଫିଶିଆରୀ ଷ୍ଟାଟସ କିଭଳି ଚେକ୍ କରିବେ:
-ପିଏମ୍ କିଷାନର ଆଧିକାରୀକ ଓ୍ବେବସାଇଟ pmkisan.gov.inକୁ ଯାଆନ୍ତୁ
-ନିଜର ଆଧାର ନମ୍ବର କିମ୍ବା ଆକାଉଣ୍ଟ ନମ୍ବର ଦାଖଲ କରନ୍ତୁ
-ନିଜର ପେମେଣ୍ଟ ହିଷ୍ଟ୍ରି ଏବଂ ଏଲିଜିବିଲିଟି ଭେରିଫାଏ କରନ୍ତୁ