ନବୀନଙ୍କୁ ଶାହଙ୍କ ପ୍ରଶଂସା

ନବୀନଙ୍କୁ ଶାହଙ୍କ ପ୍ରଶଂସା


ାା ଏଜେନ୍ସି ।ା ନୂଆଦିଲ୍ଲୀ, : କେରଳ ଭୂସ୍ଖଳନରେ ୧୬୦ରୁ ଉଦ୍ଧ୍ୱର୍ ଲୋକଙ୍କ ଜୀବନହାନି ହେବା ପରେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ । ସପ୍ତାହେ ଆଗରୁ ସତର୍କ ସୂଚନା ଦିଆଯିବା ସତ୍ତ୍ୱେ କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ ପାହାଡ଼ ତଳିଆ ଅଞ୍ଚଳବାସୀଙ୍କୁ ସ୍ଥାନାନ୍ତରଣ କରିବା ଦିଗରେ କୌଣସି ପଦକ୍ଷେପ ନ ନେବାରୁ ଏତେ ଲୋକଙ୍କ ପ୍ରାଣହାନୀ ଘଟିଲା ବୋଲି ଶାହ ବୁଧବାର ରାଜ୍ୟ ସଭାରେ କହିବା ସହିତ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛନ୍ତି । ଶାହ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ନବୀନଙ୍କ ଉଦାହରଣ ଦେଇଛନ୍ତି । ସେ କହିଛନ୍ତି, ଉପକୂଳ ରାଜ୍ୟ ଓଡ଼ିଶାରେ ଅନେକ ପ୍ରାକୃତିକ ବିପର୍ଯ୍ୟୟ ଆସୁଥିଲେ ହେଁ ସେଠାକାର ପୂର୍ବତନ ସରକାର ଜିରୋ କାଜୁଆଲଟି(ଶୂନ୍ୟ ମୃତୁ୍ୟ)କୁ ପ୍ରାଥମିକତା ଦେଇଆସନ୍ତି । ବଡ଼ ବଡ଼ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ନବୀନଙ୍କ ତ୍ୱରିତ ପଦକ୍ଷେପ ଯୋଗୁ କୌଣସି ଜୀବନହାନି ଘଟେ ନାହିଁ । ସହଳ ସତର୍କତା ମିଳିବା କ୍ଷଣି ନବୀନ ଲୋକଙ୍କୁ ସର୍ବପ୍ରଥମେ ବିପଦପୂର୍ଣ୍ଣ ସ୍ଥାନରୁ ଉଦ୍ଧାର କରିବାକୁ ପଦକ୍ଷେପ ନିଅନ୍ତି । ସେଥିପାଇଁ ଅନ୍ୟ କୌଣସି ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ଆସିଲେ ନବୀନଙ୍କ ସହାୟତା ଖୋଜାପଡେ । କିନ୍ତୁ କେରଳ ସରକାର ସପ୍ତାହେ ଆଗରୁ ସମ୍ଭାବ୍ୟ ଭୂସ୍ଖଳନ ବିଷୟରେ ଜାଣି ବି ଚୁପ ରହିଥିଲେ ବୋଲି ଶାହ କହିଛନ୍ତି ।