ଏଫ୍‌ଏମ୍‌ କଲେଜର ଛାତ୍ରୀଙ୍କ ଦୁଃଖଦାୟକ, ଆତ୍ମଦାହ ଉଦ୍ୟମ ପାଇଁ କଲେଜ କର୍ତ୍ତୃପକ୍ଷ ଦାୟୀ : ପାର୍ଥସାରଥୀ ମୁଦୁଲିି 

FM COLLEGE ISSUE

ଏଫ୍‌ଏମ୍‌ କଲେଜର ଛାତ୍ରୀଙ୍କ ଦୁଃଖଦାୟକ, ଆତ୍ମଦାହ ଉଦ୍ୟମ ପାଇଁ କଲେଜ କର୍ତ୍ତୃପକ୍ଷ ଦାୟୀ : ପାର୍ଥସାରଥୀ ମୁଦୁଲିି 

ବାଲେଶ୍ୱର ଏଫ୍‌ଏମ୍‌ କଲେଜର ଛାତ୍ରୀଙ୍କ ଦୁଃଖଦାୟକ, ଆତ୍ମଦାହ ଉଦ୍ୟମ ପାଇଁ କଲେଜ କର୍ତ୍ତୃପକ୍ଷଙ୍କ ସହ ଅଧ୍ୟାପକ ଦାୟୀ । କର୍ତ୍ତୃପକ୍ଷଙ୍କ ଜ୍ଞାତସାରରେ ଥିବା ଛାତ୍ରୀଙ୍କ ପ୍ରତି ଏପରି ନିର୍ଯ୍ୟାତନା ସମ୍ପର୍କରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି  ସିଧାସଳଖ ଘଟଣାକୁ ଚପାଇ ଦେବାପରି  ଉଦ୍ୟମକୁ ମୁଁ ଗଭୀର ନିିନ୍ଦା କରୁଛିି । ଛାତ୍ର ଛାତ୍ରୀଙ୍କୁ ଉପଯୁକ୍ତ ସମ୍ମାନ ଓ ନ୍ୟାୟ ଦେବା ସରକାରଙ୍କ ନୈତିିକ ଦାୟିିତ୍ୱ । ଛାତ୍ର ଛାତ୍ରୀଙ୍କୁ ସମ୍ମାନ, ସ୍ୱାଭିମାନ ଓ ଅଧିକାର ଦେବା ସଂକଳ୍ପ ହେଉ । ପୂର୍ବରୁ ସମସ୍ତ ଅଭିଯୋଗ କଲେଜ କମିଟି ପାଇଥିଲେ ମଧ୍ୟ ଉପଯୁକ୍ତ ପଦକ୍ଷେପ ନେଲେ ନାହିଁ । ବରଂ ସମ୍ପୃକ୍ତ ଛାତ୍ରୀଙ୍କୁ ଅଭିଯୋଗ ପ୍ରତ୍ୟାହାର କରିବା, କଲେଜରୁ ବାହାର କରି ଦେବାର ଭୟ ଦେଖାଇଲେ । ଅନ୍ୟ ପିଲାମାନଙ୍କୁ ଲଗାଇ ଝିଅ ନାମରେ ମିଥ୍ୟା ଅଭିଯୋଗ ଆଣିବା ସହ ସମ୍ପୂର୍ଣ ଚାପ ସୃଷ୍ଟି କରାଗଲା । ତେଣୁ କୌଣସି  ନ୍ୟାୟ  ନ ପାଇ ସେଇ କଲେଜ ସମ୍ମୁଖରେ ହିଁ ଆତ୍ମାହୁତି ଭଳି ଏକ ଚରମ ନିଷ୍ପତ୍ତି ନେଇଛନ୍ତି! ଏହା ଏକ ଦୁଃଖଦ ଓ ଲଜ୍ଜ୍ୟାଜନକ ଘଟଣା ବୋଲି କହିିଛନ୍ତିି ଯୁବ ଛାତ୍ର କ୍ରାନ୍ତିି ସେନାର ରାଜ୍ୟ ଆବାହକ ପାର୍ଥସାରଥୀ ମୁଦୁଲିି ।