କୃଷି ଓ କୃଷକ ସଚେତନତା କର୍ମଶାଳା

କଟକ : କୃଷି ଓ କୃଷକ କଲ୍ୟାଣ କ୍ଷେତ୍ରରେ ସରକାର ନେଉଥିବା ପଦକ୍ଷେପଗୁଡ଼ିକ ସଂପର୍କରେ ଜନସାଧାରଣ ଅଧିକରୁ ଅଧିକ ସଚେତନ ହୋଇ ସେସବୁର ଲାଭ ଉଠାଇବା ଆବଶ୍ୟକ । ସ୍ଥାନୀୟ ବାଲିଯାତ୍ରା ପଡ଼ିଆଠାରେ ବିକାଶ ମେଳାରେ ଅନୁଷ୍ଠିତ ଆଲୋଚନାଚକ୍ରରେ ବିଶିଷ୍ଟ ବକ୍ତାମାନେ କୃଷକମାନଙ୍କ ପାଇଁ ହେଉଥିବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାଗୁଡ଼ିକ ସଂପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ମୃତ୍ତିକା ଉର୍ବରତା ଏବଂ ଜୈବିକ ସାର ପ୍ରୟୋଗ କରି ଉତ୍ପାଦନ ବୃଦ୍ଧି କରିବା, ମୃତ୍ତିକା ସଂରକ୍ଷଣ ଉପରେ ବକ୍ତାମାନେ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ୧୯ଜଣ ହିତାଧିକାରୀଙ୍କୁ ପ୍ରକଳ୍ପ କାର୍ଯ୍ୟ ଆଗେଇ ନେବା ପାଇଁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା । ଏଥିସହ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା, ମୁଖ୍ୟମନ୍ତ୍ରୀ ମସô୍ୟଜୀବି କଲ୍ୟାଣ ଯୋଜନା ଆଦି ସଂପର୍କରେ ତଥ୍ୟ ଉପସ୍ଥାପନା କରାଯାଇଥିଲା । ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିସôା ଅଧିକାରୀ ସୁଶାନ୍ତ ନାୟକ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ରାଜଶ୍ରୀ ବେହେରା, କୃଷି ନିର୍ବାହୀ ଯନ୍ତ୍ରୀ ପ୍ରଶାନ୍ତ ଜେନା, ଡ ଦିଲ୍ଲୀପ ଷଡଙ୍ଗୀ, ସହକାରୀ ମସô୍ୟ ଅଧିକାରୀ ପ୍ରମୁଖ ଆଲୋଚନା ଚକ୍ରରେ ଉପସ୍ଥିତ ଥିଲେ ।