ଏବର୍ଷ ସୁନା ବଢ଼ିଛି ୩୪ ହଜାର
ନୂଆଦିଲ୍ଲୀ: ସୁନା ଦର ଏବେ ୧ ଲକ୍ଷ ୧୩ ହଜାର ଟପିଗଲାଣି । ସବୁଠାରୁ ବଡ଼କଥାଟି ହେଉଛି କେବଳ ଚଳିତ ବର୍ଷ ସୁନା ଦର ୩୪.୨୫% ଅର୍ଥାତ୍ ୩୪୧୫୦ ଟଙ୍କା ବୃଦ୍ଧି ପାଇଛି । ୨୦୨୪ ଡିସେମ୍ବର ୩୧ରେ ସୁନା ଦର ୭୮ ହଜାର ୯୫୦ ଟଙ୍କା ଥିଲା । ବିଶ୍ୱ ବଜାରରେ ଅନିଶ୍ଚିତତା ଲାଗି ରହୁଥିବାରୁ ସୁନା ଦର ଅହେତୁକ ଭାବେ ବଢ଼ିବାରେ ଲାଗିଛି । ଆମେରିକାର ଅଭିବୃଦ୍ଧି ହାର ଦୁର୍ବଳ ରହିଥିବାବେଳେ ମୁଦ୍ରାସ୍ଫୀତି ଚିନ୍ତା ବି ଘାରିଛି । ସେହିପରି କେତେକ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ବଜାରରୁ ବହୁ ପରିମାଣର ସୁନା କିଣୁଥିବା ଲକ୍ଷ୍ୟ କରାଯାଉଛି ।