କଂଗ୍ରେସ ବିଧାୟକଙ୍କୁ ଟେକି ନେଇ ଅନ୍ୟତ୍ର ଛାଡି ଆସିଛି ପୋଲିସ

ବିଧାନସଭା ଆଗରୁ କଂଗ୍ରେସ ବିଧାୟକଙ୍କୁ ପୋଲିସ ଟେକିନେଲା । ବିଧାନସଭା ଭିତରକୁ ଯାଇ ଡ. ଆମେବଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବାକୁ ଯିବାବେଳେ ପଥରୋଧ କରିଥିଲା ପୋଲିସ । ହେଲେ ଉଭୟ ବିଜେଡି କଂଗ୍ରେସ ମିଶି ବିଧାନସଭା ଭିତରକୁ ଧସେଇ ପଶିବା ସହ ବ୍ୟାରିକେଡ୍ ଭାଙ୍ଗିଦେଇଥିଲେ ।
ପରେ ବିଧାୟକମାନେ ଆସି ବିଧାନସଭା ଆଗରେ ବସିବାବେଳେ ସେମାନଙ୍କୁ ଜୋରଜବରଦସ୍ତ ପୋଲିସ ଉଠାଇ ନେଲା । ପୋଲିସ କିଛି ବିଧାୟକଙ୍କୁ ଗାଡିରେ ବସାଇ ଅନ୍ୟତ୍ର ଛାଡି ଦେଇଆସିଛି । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାମଚନ୍ଦ୍ର କାଡାମ । ସେ କହିଛନ୍ତି , ରାଜ୍ୟରେ ଅପରାଧର ସଂଖ୍ୟା ବଢିଚାଲିଛି। ଦିନକୁ ୮ରୁ ଅଧିକ ଦୁଷ୍କର୍ମ ଘଟୁଛି , ହତ୍ୟା ଘଟୁଛି ହେଲେ ରାଜ୍ୟ ସରକାର କିଛି କରିପାରୁନାହାନ୍ତି । ଏହାକୁ ବିରୋଧ କରି ନ୍ୟାୟ ମାଗିବାରୁ ଆଜି ସରକାର ଆମକୁ ଏଭଳି ଶାସ୍ତି ଦେଉଛନ୍ତି । ହେଲେ ସରକାରଙ୍କ ଏଭଳି ଜୁଲମରେ ଅଟକିବନି କଂଗ୍ରେସ ବରଂ ଆଗକୁ ଦଳ ନିଜର ସ୍ବର ଶାଣିତ କରିବ ଏବଂ ଲଢେଇ ତୀବ୍ର ହେବ ।