କେନ୍ଦୁପତ୍ର ତୋଳାଳୀ ପାଇବେ ୫୩ କୋଟି
ଭୁବନେଶ୍ୱର : ୨୦୨୪ କେନ୍ଦୁପତ୍ର ଶସ୍ୟ ବର୍ଷ ପାଇଁ କେନ୍ଦୁପତ୍ର ତୋଳାଳୀଙ୍କୁ ୫୨ କୋଟି ୬୩ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ସେହିପରି କେନ୍ଦୁପତ୍ର ବନ୍ଧାଇ ଶ୍ରମିକଙ୍କୁ ୨ କୋଟି ଟଙ୍କା ଓ କେନ୍ଦୁପତ୍ର ସାମୟିକ କର୍ମଚାରୀଙ୍କୁ ୫ କୋଟି ଟଙ୍କାର ପ୍ରୋତ୍ସାହନ ରାଶି ମିଳିବ । ବିଧାନସଭାରେ ବିବୃତ୍ତି ରଖି ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କେନ୍ଦୁପତ୍ର ହିତାଧିକାରୀମାନଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର ୨୦୨୪ କେନ୍ଦୁପତ୍ର ଶସ୍ୟ ବର୍ଷ ପାଇଁ ୮ ଲକ୍ଷ ୫୯ ହଜାର ୪୪୯ ଜଣ କେନ୍ଦୁପତ୍ର ତୋଳାଳିମାନଙ୍କ ନିମନ୍ତେ ଶତକଡା ୨୫ ହାରରେ ୫୨.୬୩ କୋଟି ଟଙ୍କା ଲାଭାଂଶ ପ୍ରଦାନ କରିବାକୁ ଘୋଷଣା କରାଯାଇଛି । ତୋଳାଳୀଙ୍କ ମଧ୍ୟରୁ ୮୪% ହେଉଛନ୍ତି ମହିଳା । ସେହିପରି ୨୦ ହଜାର ୫୦୨ କେନ୍ଦୁପତ୍ର ବନ୍ଧାଇ ଶ୍ରମିକମାନଙ୍କୁ ଦ୍ଭ ୭ ପୃଷ୍ଠାରେ...
ଶତକଡା ୫ ହାରରେ ୧.୯୪ କୋଟି ଟଙ୍କା ପ୍ରୋସôାହନ ରାଶି ଏବଂ ୧୬,୭୫୪ ଜଣ କେନ୍ଦୁପତ୍ର ସାମୟିକ କର୍ମଚାରୀମାନଙ୍କୁ ଶତକଡା ୫ ହାରରେ ୪.୯୯ କୋଟି ଟଙ୍କା ପ୍ରୋସôାହନ ରାଶି ପ୍ରଦାନ କରିବାପାଇଁ ଆମ ସରକାର ଘୋଷଣା କରିଛନ୍ତି । ଉପରୋକ୍ତ ଲାଭାଂଶକୁ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ (ଡିବିଟି) ମାଧ୍ୟମରେ ପ୍ରଦାନ କରାଯାଉଅଛି । ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର ତୋଳାଳି ଯୋଜନାର ସଫଳ ରୂପାୟନ ପାଇଁ ୨୦୨୪-୨୫ ଆର୍ଥିକ ବର୍ଷରେ “ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର କଲ୍ୟାଣ ପାଣ୍ଠି” ମାଧ୍ୟମରେ ୫୦ କୋଟି ଟଙ୍କାର ଅର୍ଥ ବ୍ୟବସ୍ଥା କରାଯାଇଅଛି ।