୨୧ ଜଣଙ୍କୁ ‘ମିସା’ ପେନସନ
ଭୁବନେଶ୍ୱର : ମିସା, ଡିଆଇଆର ଏବଂ ଡିଆଇଏସଆଇଆର ଆଇନ୍ରେ ଗିରଫ ହୋଇ ବନ୍ଦୀ ହୋଇଥିବା ୨୧ ଜଣଙ୍କୁ ପେନସନ୍ ମିଳିବ । ଜାନୁଆରୀ ପହିଲାରୁ ପିଛିଲା ଭାବେ ମାସକୁ କୋଡ଼ିଏ ହଜାର ଟଙ୍କା ମିଳିବ । ବିଧାନସଭାରେ ବିବୃତ୍ତି ରଖି ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ କହିଥିଲେଯେ, ୨୫ ଜୁନ ୧୯୭୫ ମସିହାରୁ ୨୧ ମାର୍ଚ୍ଚ ୧୯୭୭ ମସିହା ପର୍ଯ୍ୟନ୍ତ ଜାତୀୟ ଜରୁରୀକାଳୀନ ପରିସ୍ଥିତି ସମୟରେ ମିସା, ଡିଆଇଆର ଏବଂ ଡିଆଇଏସଆଇଆର ପ୍ରଭୃତି ଆଇନ ବଳରେ ଗିରଫ ହୋଇଥିବା ବନ୍ଦୀମାନଙ୍କୁ ସରକାରଙ୍କ ଦ୍ୱାରା ମାସିକ ପେନସନ ଦେବାପାଇଁ ଗତ ସ୍ୱାଧୀନତା ଦିବସରେ ଘୋଷଣା କରାଯାଇଥିଲା । ସେହି ଘୋଷଣା ମୁତାବକ, ସରକାରଙ୍କ ଦ୍ୱାରା ଏକ ସଂକଳ୍ପ ପତ୍ର ୧୩ ଜାନୁୟାରୀ ୨୦୨୫ ତାରିଖରେ ଜାରି କରାଯାଇଥିଲା । ସେହି ସଂକଳ୍ପ ପତ୍ରରେ ଜରୁରୀକାଳୀନ ପରିସ୍ଥିତି ସମୟରେ ବନ୍ଦୀ ହୋଇଥିବା ବ୍ୟକ୍ତିମାନଙ୍କୁ ଜିଲ୍ଲାପାଳମାନଙ୍କ ନିକଟରେ ଆବେଦନ କରିବାକୁ ଘୋଷଣା କରାଯାଇଥିଲା । ସମ୍ପୃକ୍ତ ଜିଲ୍ଲାପାଳମାନେ ବନ୍ଦୀମାନଙ୍କ ଠାରୁ ପ୍ରାପ୍ତ ହୋଇଥିବା ଆବେଦନ ପତ୍ରଗୁଡିକୁ ଜିଲ୍ଲାସ୍ତରୀୟ କମିଟିରେ ତର୍ଜମା କରି ରାଜ୍ୟ ସ୍ତରୀୟ କମିଟିକୁ ପ୍ରେରଣ କରିଥାନ୍ତି । ଇତିମଧ୍ୟରେ ବିଭିନ୍ନ ଦ୍ଭ ୭ ପୃଷ୍ଠାରେ...