କେବେ ସୁଧୁରିବ ଦାମୋଦରପୁର ରାସ୍ତା

 ପାଣିକୋଇଲି : ପାଣିକୋଇଲି ପର୍ତ୍ତ ବିଭାଗ ଅଧିନସ୍ଥ ୧୬ନମ୍ବର ଜାତୀୟ ରାଜପଥରୁ ଦାମୋଦରପୁର ଗ୍ରାମ ଦେଇ ଜହ୍ନା ପଞ୍ଚାୟତର ନରପଦା ପର୍ଯ୍ୟନ୍ତ ନୂତନ ରାସ୍ତାର ନିର୍ମାଣ ଓ ଉନ୍ନତି କରଣ କାର୍ଯ୍ୟ ଚାଲୁଛି । ତେବେ ଉକ୍ତ ରାସ୍ତା ନିମନ୍ତେ ଠିକାଦାର ମାଟି ପକାଇଥିବା ବେଳେ ଅଦିନିଆ ବର୍ଷାରେ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଛି । ବର୍ଷା ଯୋଗୁଁ ଗ୍ରାମ୍ୟ ରାସ୍ତା ଉପରେ କେଲୁଅ ମାଟି ପଡ଼ି କାଦୁଅ ପଚପଚ ହୋଇଯିବା ଫଳରେ ଦୁଇ ଚକିଆ ଆରୋହୀ ମାନେ ପଡ଼ି ରକ୍ତାକ୍ତ ହେଉଛନ୍ତି । ତେବେ ଆଗକୁ ଯଦି ବର୍ଷଲାଗି ରହେ ତେବେ ରାସ୍ତା ଅବସ୍ଥା ଆହୁରି ଶୋଚନୀୟ ହୋଇପଡ଼ିବ । ଏଦିଗରେ ଠିକାଦାର ରାସ୍ତା ଉପରୁ ମାଟି ଗୁଡ଼ିକ ସଫା କରିବା ଲାଗି ଗ୍ରାମବାସୀ ଦାବି କରିଛନ୍ତି ।