ଜାମା ମସ୍ଜିଦରେ ଶବେକଦର ପର୍ବ ପାଳିତ
ଭଦ୍ରକ : ଭଦ୍ରକର ସମସ୍ତ ମସଜିଦ ସହିତ ପୁରୁଣା ବଜÿାର ସ୍ଥିତ ଜାମା ମସଜିଦ ରେ ମଧ୍ୟ "ଶବେକଦର ପର୍ବ’ ତଥା "ଲଏଲତୁଲ କଦ’ ପର୍ବ ପାଳନ ହୋଇଯାଇଛି । ରମଜାନ ମାସର ୨୬ ରୋଜା (ଉପବାସ) ଓ ୨୭ ତରା୍ୱୀ ନମାଜରେ ଶବେକଦର ପର୍ବ ପାଳନ କରାଯାଏ । ଏହି ଶବେକଦରରେ ଇସଲାମ ଧର୍ମର ପବିତ୍ର "କୋରାନ’ ନାଜିଲ ହୋଇଥିଲା । ଏହି ପର୍ବରେ ଭଦ୍ରକର ସମସ୍ତ ମସଜିଦ ଗୁଡିକ ରଙ୍ଗ ବେରଙ୍ଗ ର ଆଲୋକ ରେ ସଜା ଯାଇଥିଲା । ଏହି ଶବେକଦର ରାତ୍ରିରେ ଅନିଦ୍ରା ରହି ରାତ୍ରି ତମାମ ନମାଜ ପାଠ କରନ୍ତି ଓ ଜାମା ମସଜିଦ ସରଜମିନ ରେ ମଧ୍ୟ "ଶବେକଦର’ ପର୍ବ ଜାମା ମସଜିଦର ସଭାପତି ହାଜି କାସିମ ଖାନଙ୍କ ସଭାପତିତ୍ୱରେ ଓ ସଂଚାଳକ ଭାବେ ଶେଖ ମଇରାଜୁଦ୍ଦିନଙ୍କ ସଂଯୋଜନାରେ ଆରମ୍ବ ହୋଇଥିଲା । ଏଥିରେ ମୁସଲିମ ଜମାତ ସଭ୍ୟ ହାଜି ଅନୱର ହୋସେନ, ମୁସଲିମ ଜମାତର ସମ୍ପାଦକ ହାଜି ମୁକିତ ଖାନ୍, ଜାମା ମସଜିଦର ପୂର୍ବତନ ସଭାପତି ହାଜି ଏନାମ ମହମ୍ମଦ, ମସଜିଦ କମିଟି ସଭାପତି, ସମ୍ପାଦକ ଶେଖ ହାଫିଜୁଲ୍ଲା ଏବଂ ବରିଷ୍ଠ ସଭ୍ୟମାନେ ମସଜିଦର ହାଫିଜ ଓ ମୌଜନଙ୍କୁ ମସଜିଦରେ ଉଠିଥିବା ଅର୍ଥରାଶିକୁ ଉପହାର ଦେଇଥିଲେ । କମିଟିର ଅବଦୁଲ ରହେମାନ, ଶେଖ ଇଲୟାସ, ମୁସଲିମ ଖାନ୍, ଶେଖ ଅନୱର, ଶେଖ୍ ଇମତିୟାଜ, ବୁଦ୍ଧିଆ ରହେମାନ, ଗୁଲ ମହମ୍ମଦ ଖାନ୍, ଶେଖ ନିୟାଜ, ଅନୱାର ସାହା, ମୀର ମହେବୁବ ପ୍ରମୁଖ ଉପସ୍ଥିତ ରହି ଶବେକଦର ପର୍ବକୁ ପରିଚାଳନା କରିଥିଲେ ।